ବିଧାୟକଙ୍କ ଉପରେ ବିଜେଡି ସୁପ୍ରିମୋଙ୍କ କଡା ନଜର : ସାଂସଦଙ୍କ ପରି ବିଧାୟକ ଦେବେ ଦୁଇ ମାସିଆ ରିପୋର୍ଟ, ୨ ଦିନ ଧରି ଅନୁପସ୍ଥିତ ରହିଲେ ନେବାକୁ ପଡିବ ଅନୁମତି

744

କନକ ବ୍ୟୁରୋ : ବିଧାୟକଙ୍କ ଉପରେ ବିଜେଡ଼ି ମୁଖିଆଙ୍କ ନଜର । ଆଜିଠାରୁ ଶୀକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପତ୍ୟେକ ଦିନ ଗୃହରେ ଉପସ୍ଥିତ ରହିବାକୁ ବିଜେଡ଼ି ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟେକ । ଏହାସହ ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । । ବିଶେଷ ଭାବେ, ପ୍ରଥମ ଥର ଲାଗି ସଦସ୍ୟ ହୋଇଥିବା ବିଧାୟକମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ ବୋଲି କହିଛନ୍ତି । ଓଡ଼ିଶାର ଜନସାଧାରଣ ମୁନୀବ। କ୍ଷମତାରେ ଥିବା ପ୍ରତିଟିକ୍ଷଣକୁ ପୂର୍ଣ୍ଣହୃଦୟରେ ସେମାନଙ୍କ ସେବାରେ ବିନିଯୋଗ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ନବୀବ ।

କେବଳ ଏତିକି ନୁହେଁ ବିଧାୟକଙ୍କ କାର୍ଯ୍ୟକଳାପ ଓ ପ୍ରଦର୍ଶନ ଉପରେ କଡ଼ା ନଜର ରଖିବେ ନବୀନ । ବିଜେଡ଼ି ବିଧାୟକ ଦେବେ ଦୁଇ ମାସିଆ ରିପୋର୍ଟ । ବିଜେଡି ସାଂସଦମାନେ ସେମାନଙ୍କ କାର୍ଯ୍ୟକଳାପ ବିଷୟରେ ଦ୍ୱିମାସିକ ରିପୋର୍ଟ ଦାଖଲ କରୁଥିବା ଭଳି ବିଜେଡି ବିଧାୟକମାନେ ମଧ୍ୟ ଏବେ ଦ୍ୱିମାସିକ ରିପୋର୍ଟ ଦାଖଲ କରିବେ । କାର୍ଯ୍ୟକାଳର ରପୋର୍ଟ ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିପାଇଁ ୪ ଜଣିଆ କମିଟି ଗଠନ କଲେ ସଭାପତି ନବୀନ ପଟ୍ଟନାୟକ । ଏହି ରିପୋର୍ଟର ଫର୍ମା ସଂକ୍ରାନ୍ତରେ ପ୍ରସ୍ତବ, ଢାଞ୍ଚା ଓ ବିଷୟବସ୍ତୁ କ’ଣ ହେବ ତାହା ନିର୍ଦ୍ଧାରଣ କରିବା ଲାଗି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ ଏବଂ କିଶୋର ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ରିପୋର୍ଟର ରୂପରେଖ ଓ ପଦ୍ଧତି ନେଇ ୧୦ ଦିନରେ ରିପୋର୍ଟ ଦେବ କମିଟି ।