ଭୁବନେଶ୍ୱର ଟଙ୍କପାଣି ରୋଡରେ ଫୁଟିଲା ଗୁଳି ! କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡଙ୍କ ଉପରେ ଗୁଳିମାଡ, କାରଣ ଖୋଜୁଛି ପୁଲିସ

118

କନକ ବ୍ୟୁରୋ : ଭୁବନେଶ୍ୱରରେ ଗୁଳିକାଣ୍ଡ । ଟଙ୍କପାଣି ଅଂଚଳରେ ଥିବା କଲ୍ୟାଣମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ ହୋଇଛି । ୨ଜଣ ଦୁର୍ବୃତ୍ତ ପାଣି ପିଇବାକୁ ମାଗି ତାଙ୍କ ଉପରକୁ ଫାୟାରିଙ୍ଗ କରିଥିବା ଅଭିଯୋଗ ହୋଇଛି । ସିକ୍ୟୁରିଟି ଗାର୍ଡଙ୍କ ପିଠିରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଟଙ୍କପାଣି ରୋଡ୍ ଅନ୍ତର୍ଗତ ଏକ କଲ୍ୟାଣ ମଣ୍ଡପର ଜଣେ ସିକ୍ୟୁରିଟି ଗାର୍ଡ ଦୁଇ ଜଣ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳି ଚୋଟ ଖାଇ ଗରୁତର ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଜ୍ଞାନେନ୍ଦ୍ର ମଲ୍ଲିକ ନାମକ ସେ ସିକ୍ୟୁରିଟି ଗାର୍ଡଙ୍କୁ ସଙ୍କଟଜନକ ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଦୁର୍ବୃତ୍ତ କଲ୍ୟାଣ ମଣ୍ଡପକୁ ଆସି ମଣ୍ଡପର ମାଲିକଙ୍କ ସମ୍ବନ୍ଧରେ ଅନୁସନ୍ଧାନ କରିଥିଲେ । ପରେ ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ। ସେ ପାଣି ବୋତଲ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ଉଭୟ ଘଟଣାସ୍ଥଳରୁ ଖସି ଯାଇଥିଲେ ।