କନକ ବ୍ୟୁରୋ : ସବୁଆଡେ ତାଲାବନ୍ଦ ଯୋଗୁଁ କ୍ଷୀର ବିକ୍ରି କରିପାରୁନାହାନ୍ତି ଦୁଗ୍ଧ ଚାଷୀ । ଏହାରି ଭିତରେ ଅଭାବି ବିକ୍ରିର ଶିକରା ହୋଇ ହତାଶ ହେଲେଣି ଅନେକ ଲୋକ । ବିଶେଷ କରି ଏହାର ଅଧିକ ପ୍ରଭାବ ପଡିଛି ଦୁଗ୍ଧ ଚାଷୀଙ୍କ ଉପରେ । ବାଲେଶ୍ୱର ବାହାନଗାରୁ ଆସିଛି ଏପରି ଚିତ୍ର ଯାହା ଆପଣଙ୍କୁ ବିଚଳିତ କରିବ । କରୋନା ପାଇଁ ଗାଡି ମୋଟର ଗଡୁନି । ବାହାନଗା ବ୍ଲକ ରାଣିଆଗଂଜ ଗାଁର ଜୟ ହନୁମାନ ମହିଳା ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ ନେବାକୁ ଆସୁନି କମ୍ପାନୀ ।
ଶେଷରେ ଅସନ୍ତୋଷ ହୋଇ ମହିଳା ଚାଷୀ ରାସ୍ତାରେ ଢାଳିଦେଲେ କ୍ଷୀର । ଉତ୍ପାଦନ ହୋଇଥିବା ପ୍ରାୟ ୮୦ ଲିଟର କ୍ଷୀର ମହିଳା ରାସ୍ତାରେ ଢାଳି ଦେଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ ଦିନ ବାମୁଲ ଏହି ମହିଳାଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରିଥାନ୍ତି । କିନ୍ତୁ କରୋନା କଟକଣା ପାଇଁ ବାମୁଲ ଏବେ ଆଉ କ୍ଷୀର ନେଉନାହି । ଦୀର୍ଘ ୫ ଦିନ ଧରି ବାମୁଲ କ୍ଷୀର ନନେବାରୁ ଶେଷରେ ମହିଳାମାନେ ଏପରି ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/vlcsnap-2020-03-28-08h15m35s86.png)