ସରକାରଙ୍କୁ ପିଆଜ ଚିନ୍ତା : ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ବଡ଼ ବୈଠକ

338

କନକ ବ୍ୟୁରୋ : ସରକାରଙ୍କୁ ଘାରିଛି ପିଆଜ ଚିନ୍ତା । ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦିନକୁ ଦିନ ବଢ଼ୁଥିବା ଦରକୁ ଦେଖି ବୈଠକ ଡାକିଲେ ସରକାର । ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ବସିଲା । ବିଭାଗୀୟ ସଚିବ ଭି. ଭି ଯାଦବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ପିଆଜ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । 

ବର୍ତ୍ତମାନ ପିଆଜ କିଲୋ ପ୍ରାୟ ସବୁ ସ୍ଥାନରେ ୧୫୦ ଟଙ୍କା ରହିଛି । ପିଆଜ ଦରକୁ ଦେଖି ଲୋକେ ପିଆଜ ଖାଇବା ଛାଡ଼ିଦେଲେଣି । ହାଣ୍ଡିଶାଳରୁ ଉଭାନ ହୋଇପଲାଣି ପିଆଜ । କିଲେ ପିଆଜ କିଣିବାକୁ ଡର ମାଡ଼ୁଛି । ଗ୍ରାହକ ହୁଅନ୍ତୁ ବା ବ୍ୟବସାୟୀ ବର୍ଦ୍ଧିତ ଦର ଯୋଗୁଁ ସମସ୍ତେ ଚିନ୍ତାରେ । ସମସ୍ତଙ୍କୁ ଗୋଟିଏ ଚିନ୍ତା ଘାରିଛି କେବେ କମିବ ପିଆଜ ଦର ।

ତେବେ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ବୈଠକରେ କ’ଣ ନିଷ୍କର୍ସ ବାହାରିବ ତା’ ଉପରେ ସମସ୍ତଙ୍କ ନଜର । ଆଗକୁ ଦେଖାଯିବ ପିଆଜ ଦର ନିୟନ୍ତ୍ରଣ କରିବାକୁ କି ପଦକ୍ଷେପ ନେଲେ ସରକାର ।