ଗୁଜୁରାତିର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . .

79

ଆମ ହାଣ୍ଡିଶାଳ ପାଇଁ ଗୁଜୁରାତି ବହୁତ ଜରୁରୀ । ଅନ୍ୟାନ୍ୟ ମସଲା ସହ ଏହାକୁ ବି ବହୁତ ଖୋଜାପଡେ । ଏହା ଖାଦ୍ୟପଦାର୍ଥକୁ ସୁବାସିତ ଆଉ ସ୍ୱାଦିଷ୍ଟ କରେ । ଗୁଜୁରାତିକୁ କେବଳ ଖାଦ୍ୟକୁ ସୁବାସିତ କରିବା ପାଇଁ ବ୍ୟହବାର କରାଯାଏ ନାହିଁ ଏହାକୁ ମୁଖବାସ ରୂପରେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଗୁଜୁରାତିରେ ଆଇରନ, ରିବୋପ୍ଲୋବିନ,ଭିଟାମିନି ସି ଓ ନିୟାସିନ ପରି ପୋଷକ ତତ୍ୱ ଭରି ରହିଥାଏ । ରକ୍ତହୀନତା ରୋଗ ପାଇଁ ଏହା ବେଶ ଉପକାରୀ । ତେବେ ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ବିଷୟରେ . . . ..

• ଗଳା ଖିଚଖିଚ୍ ହେଉଥିଲେ ସକାଳୁ ଉଠିବା ପରେ ଓ ଶୋଇବାକୁ ଯିବା ପୂର୍ବରୁ ଗୁରୁରାତିକୁ ଗରମ ପାଣି ସହ ଚୋବାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ଗଳକା ତୁରନ୍ତୁ ଆରାମ ମିଳେ ।

• ଏହା ଏକ ପୋଟାସିୟମଯୁକ୍ତ ମସାଲା । ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।

• ଏହାସହ ଗୁଜୁରାତିରେ ହାକୁଟିକୁ ନିୟନ୍ତ୍ରଣ କରିପାର ତତ୍ୱ ରହିଛିି ।

• ଆମେ ଶୀରରକୁ ବାହାରୁ ଯେପରି ସଫା ରଖୁ ଭିତରୁ ମଧ୍ୟ ସେହିପରି ସଫା ରଖିବା ଉଚିତ୍ । ଗୁଜୁରାତି ଖାଇବା ଦ୍ୱାରା ବିଷାକ୍ତ ତଥା ଅନାବଶ୍ୟକ ପଦାର୍ଥ ବାହାରି ଯାଏ ।

• ଏହାର ଚୁର୍ଣ୍ଣକୁ ଏକ ମାସ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ମୁଣ୍ଡ ବୁଲାଇବା ଓ ବାନ୍ତି ପରି ସମସ୍ୟାରୁ ରକ୍ଷା ମିଳେ ।

• ଗୁଜୁରାତିରେ ଥିବା ଭିଟାମିନ ଓ ତୈଳ ଆଣ୍ଟି ଅକ୍ସିଡାଣ୍ଟ ର କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ବୟସର ଛାପ ପଡେ ନାହିଁ ।

• ମୁଖ ଦୁର୍ଗନ୍ଧ ବା ନିଶ୍ୱାସ ପ୍ରଶ୍ୱାରରୁ ଦୁର୍ଗନ୍ଧ ଆସୁଥିଲେ ଗୁଜୁରାତି ଖାଆନ୍ତୁ ।