ବାଉଁଶରେ ଭରି ରହିଛି ଅନେକ ଔଷଧୀୟ ଗୁଣ . . . .

51

ଘର ତିଆରିଠୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିର୍ମାଣ ଯାଏଁ ଅନେକ କ୍ଷେତ୍ରରେ ବାଉଁଶର ବ୍ୟବହାର ରହିଛି। ଏପରିକି ବାଉଁଶ କରଡ଼ିକୁ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କେତେକ ରୋଗର ଉପଚାର ପାଇଁ ମଧ୍ୟ ବାଉଁଶ ଲୋଡ଼ା ପଡ଼ିଥାଏ । ଏବେ ଜାଣନ୍ତୁ ଏହାର କିଛି ଔଷଧୀୟ ଗୁଣ …

– ବାଉଁଶର କଅଁଳ ଶାଖା ଗୁଡିକରେ ପ୍ରୋଟିନ, ଭିଟାମିନ, କ୍ୟାଲସିୟମ, ମାଗେଃସିୟମ, ସୋଡିୟମ, ଆଇରନ, ପୋଟାସିୟମ ଆଦିି ପୋଷକ ତତ୍ୱ ଭରପୁର ମାତ୍ରାରେ ଥାଏ ।

-ବାଉଁଶ ରସରେ ଅଦା ରସ ଓ ମହୁ ମିଶାଇ ସେବନ କଲେ କାଶ ରୋଗରୁ ରକ୍ଷାକରେ । ଏହାସହ ବାଉଁଶ କର୍କଟ ରୋଗରୁ ରକ୍ଷା କରିବା ସହ ଧମନୀକୁ ସୁସ୍ତ ରକ୍ଷା କରିବାରେ ସାହାଯ୍ୟ କରେ ।

– ବାଉଁଶକୁ କାଟି ଛୋଟି କରି କାଠି ପରି ବ୍ୟହାର କଲେ ଦାନ୍ତରୋଗ ତଥା ମୁଖ ଦୁର୍ଗନ୍ଧରୁ ରକ୍ଷା କରେ ।

-ବାଉଁଶରେ ଥିବା କ୍ୟାଲସିୟମ ହାଡକୁ ମଜଭୁତ କରିବା ସହ ପିଲାମାନଙ୍କର ଉଚ୍ଚତା ବଢାିବାରେ ସହାୟକ ହୋଇଥାଏ ।

-ବାଉଁଶରେ ତିଆରି ଖ୍ୟାଧପଦାର୍ଥ ସେବନ ଦ୍ୱାରା କୋଲେଷ୍ଟରେଲ ନିୟନ୍ତ୍ରିତ ହୋଇଥାଏ ।