ଘର ତିଆରିଠୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିର୍ମାଣ ଯାଏଁ ଅନେକ କ୍ଷେତ୍ରରେ ବାଉଁଶର ବ୍ୟବହାର ରହିଛି। ଏପରିକି ବାଉଁଶ କରଡ଼ିକୁ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କେତେକ ରୋଗର ଉପଚାର ପାଇଁ ମଧ୍ୟ ବାଉଁଶ ଲୋଡ଼ା ପଡ଼ିଥାଏ । ଏବେ ଜାଣନ୍ତୁ ଏହାର କିଛି ଔଷଧୀୟ ଗୁଣ ...
– ବାଉଁଶର କଅଁଳ ଶାଖା ଗୁଡିକରେ ପ୍ରୋଟିନ, ଭିଟାମିନ, କ୍ୟାଲସିୟମ, ମାଗେଃସିୟମ, ସୋଡିୟମ, ଆଇରନ, ପୋଟାସିୟମ ଆଦିି ପୋଷକ ତତ୍ୱ ଭରପୁର ମାତ୍ରାରେ ଥାଏ ।
-ବାଉଁଶ ରସରେ ଅଦା ରସ ଓ ମହୁ ମିଶାଇ ସେବନ କଲେ କାଶ ରୋଗରୁ ରକ୍ଷାକରେ । ଏହାସହ ବାଉଁଶ କର୍କଟ ରୋଗରୁ ରକ୍ଷା କରିବା ସହ ଧମନୀକୁ ସୁସ୍ତ ରକ୍ଷା କରିବାରେ ସାହାଯ୍ୟ କରେ ।
- ବାଉଁଶକୁ କାଟି ଛୋଟି କରି କାଠି ପରି ବ୍ୟହାର କଲେ ଦାନ୍ତରୋଗ ତଥା ମୁଖ ଦୁର୍ଗନ୍ଧରୁ ରକ୍ଷା କରେ ।
-ବାଉଁଶରେ ଥିବା କ୍ୟାଲସିୟମ ହାଡକୁ ମଜଭୁତ କରିବା ସହ ପିଲାମାନଙ୍କର ଉଚ୍ଚତା ବଢାିବାରେ ସହାୟକ ହୋଇଥାଏ ।
-ବାଉଁଶରେ ତିଆରି ଖ୍ୟାଧପଦାର୍ଥ ସେବନ ଦ୍ୱାରା କୋଲେଷ୍ଟରେଲ ନିୟନ୍ତ୍ରିତ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/8-1.jpg)