ପ୍ରତିଶୋଧ ନିଆଁରେ ଜଳୁଛି ସପା : ସୁଯୋଗ ଉଣ୍ଡୁଛନ୍ତି ଅଖିଲେଶ, ମାୟାବତୀଙ୍କୁ ପାନେ ଦେବାପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

319

କନକ ବ୍ୟୁରୋ : ନିର୍ବାଚନ ସରିଲା, ମେଣ୍ଟ ଭାଙ୍ଗିଲା । ମେଣ୍ଟର ଫାଇଦା ଉଠାଇ ସପାକୁ ଆଡ଼େଇ ଚାଲିଗଲେ ମାୟାବତୀ । ମେଣ୍ଟ ଯୋଗୁଁ ୨୦୧୯ ନିର୍ବାଚନରେ ଲାଭବାନ ହେଲା ମାୟାବତୀଙ୍କ ବସପା । ହେଲେ ନିର୍ବାଚନ ଶେଷ ହେବାପରେ ଫାଇଦା ଉଠାଇ ଅସଲ ରୂପ ଦେଖାଇଲେ ମାୟାବତୀ । ବସପାର ଧୋକାର ପ୍ରତିଶୋଧ ନେବାପାଇଁ ଅଖିଲେଶ ସୁଯୋଗ ଉଣ୍ଟୁଛନ୍ତି । ପ୍ରତିଶୋଧ ନିଆଁରେ ଜଳୁଛି ସମାଜବାଦି ପାର୍ଟି । ଲୋକସଭା ନିର୍ବାଚନରେ ପରାଜୟ ପରେ ସପା-ବସପା ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛନ୍ତି ବସପା ସୁପ୍ରିମୋ ମାୟାବତୀ । ଆଉ ଏବେ ସପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ପୁଣି ସମାଲୋଚପା ଆରମ୍ଭ କରିଦେଲଣି ମାୟାବତୀ । ଆଗକୁ ହେବାକୁ ଥିବା ସମସ୍ତ ଛୋଟ ବଡ଼ ନିର୍ବାଚନ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି ବସପା । ନିର୍ବାଚନ ପରେ ମାୟାବତୀ ଅସଲ ରୂପ ଦେଖାଇଛନ୍ତି । ଆଉ ଏଥିପାଇଁ ସପା ନେତାମାନେ ରକ୍ତ ଚାଉଳ ଚୋବାଉଛନ୍ତି । ମାୟାବତୀଙ୍କୁ ସଠିକ ଯବାବ ଦେବାପାଇଁ ସୁଯୋଗ ଖୋଜୁଛନ୍ତି । ତେବେ ସପା ନେତାମାନଙ୍କୁ ବୟାନବାଜୀରୁ ଦୂରେଇ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଅଖିଲେଶ ଯାଦବ । ହେଲେ ଭିତରେ ଭିତରେ ଧୋକ୍କାର ପ୍ରତିଶୋଧ ପାଇଁ ବ୍ଲୁ ପ୍ରଂଟ ପ୍ରସ୍ତୁତ ହୋଇସାରିଛି ।

ମାୟାବତୀଙ୍କୁ ତାଙ୍କରି ଭାଷାରେ ଚିତ୍ କରିବା ପାଇଁ ସପାର ବ୍ଲୁ ପ୍ରଣ୍ଟ ପ୍ରସ୍ତୁତ । ବସପାକୁ କଡ଼ା ଟକ୍କର ଦେବାପାଇଁ ମାୟାବାତୀଙ୍କୁ ଭୋଟବ୍ୟାଙ୍କ ଉପରେ ସପାର ନଜର । ଲୋକସମ୍ପର୍କ ଫର୍ମୁଲାରେ ମାୟାଙ୍କୁ ଜବଳବ ଦେବାପାଇଁ ପ୍ରସ୍ତୁତି ଚଳାଇଛନ୍ତି ଅଖିଲେଶ । ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟ ଯୋଗୁଁ ନିର୍ବାଚନରେ ମାୟାବତୀ ଫାଇଦାରେ ରହିଛନ୍ତି । ବସପା ଶୂନ୍ୟରୁ ଉଠି ୧୦ଟି ସିଟ୍ ଅକ୍ତିଆର କରିବାରେ ସଫଳ ହୋଇଛି । ତେବେ ମେଂଟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ସପାକୁ ସର୍ବାଧିକ କ୍ଷତି ସହିବାକୁ ପଡ଼ିଛି । ଚଳିତ ନିର୍ବାଚନରେ ମାୟାବତୀଙ୍କ ସହ ମେଣ୍ଟ ଯୋଗୁଁ ଲୁଟି ଯାଇଛି ସପାର ରାଜନୈତିକ ଜମାପୁଞ୍ଜି । ତିନି ପ୍ରତିଶତ ପର୍ଯ୍ୟନ୍ତ କମିଛି ସପାର ଭୋଟ । ୨୦୧୪ ନିର୍ବାଚନ ପରି ୫ଟି ସିଟ୍ ହାସଲ କରିଥିଲେ ମଧ୍ୟ ନିଜର ମଜଭୁତ ଗଡ଼ କନୌଜରେ ଡିମ୍ପଲ ଯାଦବ, ବନ୍ଦାୟୁରେ ଧର୍ମେନ୍ଦ୍ର ଯାଦବ ଓ ଫିରୋଜାବଦାରେ ଅକ୍ଷୟ ଯାଦବଙ୍କୁ ପରାଜିତ ହୋଇଛନ୍ତି ।

ଲୋକସଭା ନିର୍ବାଚନରେ ସପା ପୁରା ସାଧୁତା ସହ ମେଣ୍ଟର ଧର୍ମ ନିଭେଇଛି । ଏହାସତ୍ୱେ ମାୟାବତୀ ସମାଜବାଦୀ ପାର୍ଟି ସହ ସମ୍ପର୍କ ତୁଟାଇ ଦେଇଛି । ଉପନିର୍ବାଚନରେ ଏକୁଟିଆ ନିର୍ବାଚନ ଲଢ଼ିବାର ନିଷ୍ପତି ନେଇଛନ୍ତି ମାୟାବତୀ । ଅନ୍ୟପଟେ ମାୟାବତୀଙ୍କ ଲଗାତାର ବାକ୍ ଆକ୍ରମଣ ପରେ ବି ଚୁପ ଅଛନ୍ତି ଅଖିଲେଶ ଯାଦବ । ଏହାକୁ ଝଡ଼ ପୂର୍ବର ନୀରବତା ମଧ୍ୟ କୁହାଯାଇପାରେ । ମାୟାବତୀଙ୍କୁ କଡ଼ା ଜବାବ ନଦେଇ ସ୍ଥିତି ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଛି ସପା । ସପାର ଜଣେ ବରିଷ୍ଠ ନେତା କହିଛନ୍ତି ସପା-ବସପା ମେଂଟ କେବଳ ଦଳିତ ଓ ଯାଦବ ସମ୍ପ୍ରଦାୟର ନଥିଲା ଏହା ଉଭୟ ସମ୍ପ୍ରଦାୟର ତୃଣମୂଳ ସ୍ତରକୁ ମଜଭୁତ କରାଯାଇଥିଲା । ବ୍ୟକ୍ତିଗତ ସ୍ୱାର୍ଥକୁ ଉର୍ଦ୍ଧ୍ୱରେ ରଖି ମେଣ୍ଟ ହୋଇଥିଲା । କିନ୍ତୁ ନିର୍ବାଚନ ଶେଷ ହେବାପରେ ସପାକୁ ଧୋକା ଦେଇଛନ୍ତି ମାୟାବତୀ ।

ମେଣ୍ଟ ଭାଙ୍ଗିଯିବା ପରେ ଦଳିତ ଓ ପଛୁଆ ବର୍ଗକୁ ଆଘାତ ଲାଗିଛି । ସାମାଜିକ ନ୍ୟାୟ ପାଇଁ ଲଢ଼େଇ ମଧ୍ୟ ଦୁର୍ବଳ ହୋଇଛି । ଏପରରିସ୍ଥଳେ ଦଳିତଙ୍କ କିଛି ପଢ଼ୁଆ ସଂଗଠନ ଅଖିଲେଶ ଯାଦବଙ୍କକ ଉପରେ ସହାନୁଭୁତି ରହିଛି । ଏହାବ୍ୟତୀତ ମୟାବାତୀ ନିଜର ରାଜନୈତିକ ଭାର ଭାଇ ଓ ଭଣଜାକୁ ସମର୍ପିଛନ୍ତି । ଆଉ ଏଥିରେ ଦଳିତଙ୍କ ଆଉ ଏକ ସଂଗଠନ ବସପା ଉପରେ ଅସନ୍ତୁଷ୍ଟ ରହିଛି । ମଉକାରେ ଚଉକା ମାରିବା ପାଇଁ ସୁଯୋଗ ଉଣ୍ଡୁଛି ସପା । ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଉପରେ ଏବେ ଅଖିଲେଶଙ୍କ ନଜର ।

Comments are closed.