ଏହି ମାସ ହିଁ କିଣିନିଅନ୍ତୁ ମାରୁତି କାର୍ ! ଜାନୁୟାରୀ ଠାରୁ ବଢ଼ିଯିବ ଦର
ଆପଣ ମାରୁତି କାରଣ କିଣିବାକୁ ଯୋଜନା କରୁଛନ୍ତି କି ? ଏହି ଡିସେମ୍ବର ମାସରେ ହିଁ କିଣି ଦିଅନ୍ତୁ । କାରଣ ଆସନ୍ତା ଜାନୁୟାରୀମାସଠାରୁ ମାରୁତି ଦର ବଢାଇବାକୁ ଘୋଷଣା କରିଛି । ବିଭିନ୍ନ କଞ୍ଚାମାଲ ମହଙ୍ଗା ହେବା ଓ ଟଙ୍କା ଦୁର୍ବଳ ହେବା ଯୋଗୁଁ ଏହି ଦରବୃଦ୍ଧି କରାଯାଇଛି ବୋଲିି କମ୍ପାନି ସୂଚନା ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଦରବୃଦ୍ଧି ମାରୁତିର ଅଲଟୋ-୮୦୦ଠାରୁ ଆରମ୍ଭ କରି ପ୍ରିମିୟମ ମଡେଲ ଏସ୍-କ୍ରସ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କମ୍ପାନି ପକ୍ଷରୁ ଆଜି ଷ୍ଟକ ମାର୍କେଟକୁ ସୂଚୀତ କରାଯାଇଛି । ଜାନୁୟାରୀ ୧ରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ତେବେ କେତେ ପରିମାଣରେ ଦର ବୃଦ୍ଧି ହେବ ସେ ସମ୍ପର୍କରେ କମ୍ପାନି ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ ।