ରାୟଗଡା : ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବିରୋଧରେ କଲ୍ୟାଣସିଂହପୁରର ସିକରପାଇ ଷ୍ଟେସନରେ ମାଓ ପୋଷ୍ଟର

22

କନକ ବ୍ୟୁରୋ : ରାୟଗଡା କଲ୍ୟାଣସିଂହପୁରରେ ଲାଗିଛି ମାଓ ପୋଷ୍ଟର । ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବିରୋଧରେ ସିକରପାଇ ଷ୍ଟେସନରେ ଲାଗିଥିବା ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି । ଲାଲବାହିନୀ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ବିରୋଧ କରୁଥିବା ପୋଷ୍ଟର ମାଧ୍ୟମରେ ଦର୍ଶାଇଛନ୍ତି । କେବଳ ଶିକରପାଇ ଷ୍ଟେସନ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଛନ୍ତି ସିପିଆଇ ମାଓବାଦୀ ।

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ବିରୋଧ କରିବା ସହ ବେଦାନ୍ତ କମ୍ପାନୀକୁ ମଧ୍ୟ ବିରୋଧ କରାଯାଇଛି । ଏହାସହ ଡଙ୍ଗରିଆ ପିଲାମାନଙ୍କୁ ପୁଲିସ ମିଛ ପ୍ରଲୋଭନ ଦେଖାଇ ପୁଲିସ ଇନଫର୍ମର ସଜଉଥିବା ଲାଲ ସଂଗଠନ ଅଭିଯୋଗ କରିଛି । ଏହାକୁ ବନ୍ଦ କରିବା ସହ କମ୍ବିଂ ଅପରେସନ ବନ୍ଦ କରିବା ପାଇଁ ମାଓବାଦୀ ଦାବି କରିଛନ୍ତି ।