୨୦୧୮ରେ ଭୟଙ୍କର ଭୂମିକମ୍ପ ସମ୍ଭାବନା ! ଜାଣନ୍ତୁ କେଉଁ କେଉଁ ସ୍ଥାନରେ ରହିଛି ଅଧିକ ବିପଦ ଆଶଙ୍କା ?

122

ବିଦାୟ ନେଇଛି ବର୍ଷ ୨୦୧୭ ଆଉ ୨୦୧୮କୁ ସ୍ୱାଗତ କରିଛନ୍ତି ଲୋକେ । ନୂଆବର୍ଷକୁ ନେଇ ଲୋକଙ୍କ ମନରେ ଭରି ରହିଛି ଅନେକ ଉତ୍ସାହ ଓ ଉଦ୍ଦୀପନା । ତେବେ ୨୦୧୭ରେ ସାରା ବିଶ୍ୱରେ ଘଟିଥିବା ଅନେକ ପ୍ରାକୃତିକ ବିପଦର ଦାଗ ଏଯାଏଁ ଲୋକଙ୍କ ମନରୁ ଲିଭିପାରିନି । ୨୦୧୮ରେ ମଧ୍ୟ ପ୍ରାକୃତିକ ବିଦପରୁ ତ୍ରାହି ମିଳିବ ନାହିଁ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଚଳିତ ବର୍ଷ ଭୂମିକମ୍ପ ଏକ ବଡ଼ ଭୟଙ୍କର ପ୍ରାକୃତିକ ବିପଦର ରୂପ ନେଇପାରେ । ଅତୀତରେ ଅନେକ ଧ୍ଵଂସକାରୀ ଭୂମିକମ୍ପର ସମ୍ମୁଖୀନ ହୋଇଛି ବିଶ୍ୱ । ଅଗଷ୍ଟ ୨୦୧୭ରେ ନୂଆବର୍ଷରେ ପ୍ରାକୃତିକ ବିପଦ ଆଶଙ୍କା ସମ୍ମନ୍ଧୀୟ ରିପୋର୍ଟ ଆସିଥିଲା । ଉକ୍ତ ରିପୋର୍ଟ ଅନୁସାରେ ନୂଆ ବର୍ଷରେ ଭୂମିକମ୍ପର ଗତି ବଢ଼ିବ । ୨୦୧୮ରେ ଲେବେଲ ୭ରୁ ଅଧିକ ତୀବ୍ର ଭୂମିକମ୍ପର ଝଟକା ଦୁନିଆକୁ ହଲାଇ ଦେବ । ଯାହା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବ । ୟୁନିଭରସିଟି ଅଫ୍ କଲରାଡ଼ୋର ଏପରି ଏକ ରିପୋର୍ଟ ପ୍ରଦାନ କରଛିି । ରିପୋର୍ଟରେ ଦାବି କରାଯାଇଛି ଭୂମିକମ୍ପର ତୀବ୍ରତା ୯.୦ ପର୍ଯ୍ୟନ୍ତ ଯାଇପାରେ । ୨୧୦୮ରେ ପାଖାପାଖି ୨୦ଟି ଏପରି ଭୟଙ୍କର ଭୂମିକମ୍ପ ଆସିପାରେ, ଯାହା ୨୦୧୮ ପାଇଁ ବିପଦର ଏକ ପୂର୍ବାଭାଷ ।

ରିପୋର୍ଟ ଅନୁସାରେ ଯେଉଁ ସମୟରେ ପୃଥିବୀ ଘୂର୍ଣ୍ଣନ କରୁଥାଏ ସେତେବେଳେ ହିଁ ଭୂମିକମ୍ପର ଆଶଙ୍କା ଅଧିକ ଥାଏ । ସେହି ସମୟରେ ଟେକ୍ଟୋନିକ ପ୍ଲେଟ୍ ମଧ୍ୟ ଘୁରୁଥାଏ, ଯାହା ବଡ଼଼ ବିପଦ ସୃ୍ଷ୍ଟି କରିପାରେ । ଯଦି ରିପୋର୍ଟର ତଥ୍ୟ ସତ ହୁଏ, ତେବେ ୭ ରୁ ୯.୦ ପର୍ଯ୍ୟନ୍ତ ତୀବ୍ର ଭୂମିକମ୍ପ ପରେ ହାଲୁକା ଝଟକାର ମଧ୍ୟ ଆଶଙ୍କା ବଢ଼ିପାରେ । ଏହାର ଅର୍ଥ ହେଲା ଚଳିତ ବର୍ଷରେ ମୃଦୁ ଭୂମିକମ୍ପର ମଧ୍ୟ ସମ୍ଭାବନା ରହିଛି । ତେବେ ରିପୋର୍ଟରେ କୁହାଯାଇଛି ତୀବ୍ର ଭୂମିକମ୍ପ ପଶ୍ଚିମ ଆମେରିକା, ସଦର୍ନ ୟୁରୋପ, ଦକ୍ଷିଣ ଆମେରିକା ସମେତ ଅନ୍ୟ ଅଚଂଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ । କେବଳ ଭୂମିକମ୍ପ ନୁହେଁ ଆଗ୍ନେୟ ଉଦଗୀରଣ ମଧ୍ୟ ଚଳିତ ବର୍ଷ ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି । ତେବେ ରିପୋର୍ଟ ଏନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ । ତେବେ ଭୂମିକମ୍ପ ବିଷୟରେ ସଠିକ୍ ଅନୁମାନ ଲଗାଇବା ଏତେ ସଜହ ନୁହେଁ । ବୈଜ୍ଞାନିକମାନେ କେବଳ ଭୂମିକମ୍ପ ବିଷୟରେ ପୂର୍ବାନୁମାନ କରିଛନ୍ତି ।

କାହିଁକି ହୁଏ ଭୂମିକମ୍ପ ?
ପୃଥିବୀ ୪ଟି ସ୍ତରରେ ତିଆରି ହୋଇଛି । ଇନର କୋର,ଆଉଟର କୋର,ମେଂଟଲ ଓ କ୍ରଷ୍ଟ ଆଦି ୪ଟି ସ୍ତର । କ୍ରଷ୍ଟ ଏବଂ ଉପରୀ ମେଂଟଲକୁ ଲିଥୋସ୍ପିୟର କୁହାଯାଏ । ଏହି ସ୍ତର ୫୦ କିଲୋମିଟରର ଏକ ମୋଟା ପରସ୍ତ ଥାଏ । ଏହି ମୋଟା ପରସ୍ତକୁ ବିଭାଗୀକରଣ କରାଯାଇଛି । ଯାହାକୁ ଟେକ୍ଟୋନିକଲ ପ୍ଲେଟ୍ କୁହାଯାଏ । ଯେତେବେଳେ ଟେକ୍ଟୋନିକଲ ପ୍ଲେଟରେ ହଲଚଲ ସୃଷ୍ଟି ହେଲେ ସେତେବେଳେ ଆସେ ଭୂମିକମ୍ପ । କେବଳ ଏତିକି ନୁହେଁ ବରଂ ଉଲକାର ପ୍ରଭାବ,ଆଗ୍ନେୟ ଉଦଗୀରଣ,ମାଇନ ପରୀକ୍ଷଣ ଏବଂ ନ୍ୟୁକ୍ଲିୟର ପରୀକ୍ଷଣ ଦ୍ୱାରା ମଧ୍ୟ ଭୟଙ୍କର ଭୂମିକମ୍ପ ଆସିଥାଏ ।

କିପରି ମପାହୁଏ ଭୂମିକମ୍ପର ତୀବ୍ରତା ?
ଭୂମିକମ୍ପର ତୀବ୍ରତା ଏବଂ ଏହାର ଅବଧୀ ବିଷୟରେ ଜାଣିବା ପାଇଁ ସିସ୍ମୋଗ୍ରାଫର ବ୍ୟବହାର କରାଯାଏ । ଏହି ଯନ୍ତ୍ର ମାଧ୍ୟମରେ ପୃଥିବୀରେ ହେବାକୁ ଥିବା ହଲଚଲର ଗ୍ରାଫ ପ୍ରସ୍ତୁତ କରାଯାଏ । ଏହାକୁ ଆଧାର କରି ରିକ୍ଟର ଜରିଆରେ ଭୂକମ୍ପର ତରଙ୍ଗର ତୀବ୍ରତା, କେନ୍ଦ୍ର ଏବଂ ଏଥିରେ ବାହାରୁଥିବା ଶକ୍ତି ବିଷୟରେ ସୂଚନା ସଂଗ୍ରହ କରାଯାଏ । ସିସ୍ମୋଗ୍ରାଫର ଏଭଳି ଏକ ଭାଗ ରହିଛି ଯାହା ଭୂକମ୍ପ ଆସିଲେ ମଧ୍ୟ ହଲେନାହିଁ । କିନ୍ତୁ ଅନ୍ୟ ଭାଗ ସବୁ ହଲିଥାଏ । ଯେଉଁ ଭାଗ ହଲି ନଥାଏ ତାହା ଭୁକମ୍ପର ତୀବ୍ରତାକୁ ରେକର୍ଡ଼ କରିଥାଏ । ଏହାକୁ ଆଧାର କରି ସିସ୍ମୋଗ୍ରାଫ ତିଆରି ହୋଇଥାଏ । ଯାହା ଭୂକମ୍ପର ସଠିକ ସୂଚନା ଦେବାରେ ସାହାଯ୍ୟ କରିଥାଏ । ଭୂମିକମ୍ପ ମାପୁଥିବା ରିକ୍ଟର ସ୍କେଲକୁ ଆମେରିକାର ଜଣେ ବୈଜ୍ଞାନିକ ଚାର୍ଲସ ରିକ୍ଟର ୧୯୩୫ରେ ତିଆରି କରିଥିଲେ ।