କନକ ବ୍ୟୁରୋ : ମୌସୁମୀ ବାୟୁ ଗାୟବ ହେବା ପରେ ଏବେ ଚିନ୍ତାରେ ଚାଷୀ । ମୋସୁମୀ ବାୟୁ ଓଡିଶା ଛୁଇଁବା ପରେ ହୋଇଥିଲା ବିକ୍ଷିପ୍ତ ବର୍ଷା । ଫଳରେ ଏବେ ବର୍ଷା ଅଭାବ କାରଣରୁ ଜମି ଶୁଖି ଫାଟି ଯିବା ଫଳରେ ଧାନ ତଳି ଏବେ ଗଜା ମରୁଡି ଅପେକ୍ଷାରେ । ଏପରି ସ୍ଥିତିରେ ଚାଷକାର୍ଯ୍ୟ କପରି ଆଗେଇବ ଏହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷି ।
ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିଛି, ଧାନ ତଳି ଏବେ ଗଜା ମରୁଡ଼ି ଅପେକ୍ଷାରେ, ଏଭଳି ସ୍ଥିତିରେ ଚାଷକାମ କିଭଳି ଆଗେଇବ ସେନେଇ ଚିନ୍ତାରେ ଚାଷୀ । ଚାଷୀ ଧାନ ତଳି ପକାଇବା ପାଇଁ ଜମି ପ୍ରସ୍ତୁତ କରି ବର୍ଷାକୁ ଚାହିଁ ବସିଛି, ସେପଟେ ବର୍ଷା ହେବାର କୌଣସି ଆଭାସ ମିଳୁନି ।
ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଚାଷୀ ଖୁସିରେ ଆରମ୍ଭ କରିଥିଲା ଚାଷକାମ । ସଂଚୟ ବିହନରେ ତଳି ପକାଇ ଚାଷୀ ଅପେକ୍ଷା କରିଥିଲା ବର୍ଷାକୁ । ତେବେ ମୌସୁମୀ ଦୂରେଇ ଯିବାରୁ ଏବେ ଅଧିକାଂଶ ଜମି ପଡ଼ିଆ ପଡ଼ିବାର ସମ୍ଭାବନା ଦେଖାଦେଇଛି । କେନ୍ଦ୍ରାପଡ଼ାର ମାର୍ଶାଘାଇ, ମହାକାଳପଡ଼ା, ଗରଦ ପୁର ଆଦି ଅଂଚଳରେ ଧାନ ମୁଖ୍ୟ ଫସଲ । ସେହିପରି ବସ୍ତା ବ୍ଲକରେ ପାଖାପାଖି ୨ ଲକ୍ଷ ଚାଷୀ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ତେବେ ଉଭୟ ଅଂଚଳରେ ଏବେ ବର୍ଷା ଅଭାବରୁ ସ୍ଥିତି ସଙ୍ଗୀନ୍ । ବଦଳିଛି ମୌସୁମୀ ବାୟୁର ମିଜାଜ୍ । ପାରଦର ଗତି ଉପରକୁ ଉଠିଚାଲିଛି । ସେପଟେ ଲୁଚକାଳି ଖେଳୁଛି ବର୍ଷା । ବର୍ଷା ଅଭାବରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି କେନ୍ଦ୍ରାପଡ଼ା ଓ ବାଲେଶ୍ୱରର ଚାଷୀ ।