ଶେଷ ପର୍ଯ୍ୟାୟରେ ପୁରୀ ମଙ୍ଗୁ ମଠ ଉଚ୍ଛେଦ : ସାନ ଛତା ମଠରେ ବି ଚାଲିଲା ବୁଲଡୋଜର, ସ୍ୱର୍ଗଦ୍ୱାର ଭିତରେ ବି ଭଙ୍ଗାଯାଉଛି ଶ୍ରାଦ୍ଧ ମଣ୍ଡପ ଓ କିଛି ନିର୍ମାଣ

216

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ପୁରୀ ମଙ୍ଗୁ ମଠ ଉଚ୍ଚେଦ । ମାଟିରେ ମିଶିଲା ମଙ୍ଗୁ ମଠ । ମଠରେ ଥିବା ଲଜ୍, ହୋଟେଲ୍, ରେଷ୍ଟୁରାଂଟ ସହ ପ୍ରାୟ ୨୦ଟି ଦୋକାନକୁ ଭଙ୍ଗାଯାଇି । ମଙ୍ଗୁ ମଠ ସହ ଦୋଳ ବେଦୀ ନିକଟରେ ଥିବା ସାନ ଛତା ମଠରେ ବି ବୁଲଡୋଜର ଚାଲିଛି ।  ଶ୍ରୀମନ୍ଦିର ଚାରିପଟୁ ଚାଲିଥିବା କୋଠାବାଡ଼ି ଉଚ୍ଛେଦ ଅଭିଯାନରେ ବୁଧବାର ପୂର୍ବାହ୍ନରେ ଦୋଳବେଦୀ କୋଣରେ ଥିବା ସାନଛତା ମଠ ଭଙ୍ଗା ଆରମ୍ଭ ହୋଇଛି। ଉଚ୍ଛେଦ କାର୍ଯ୍ୟରେ ୩୦ଟି ବୁଲଡେଜାର ନିୟୋଜିତ ଅଛି । କଡା ସୁରକ୍ଷା ଭିତରେ ଭଙ୍ଗା କାର୍ଯ୍ୟ ଚାଲିଛି ।

ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଉପସ୍ଥିତ ରହି ଉଚ୍ଛେଦ କାର୍ୟ୍ୟ ତଦାରଖ କରୁଛନ୍ତି। ଦୋଳମଣ୍ଡପ ସାହି, କାକୁଡ଼ିଖାଈ ଛକ, ଗ୍ରାଣ୍ଡ୍ ସେଣ୍ଟର୍ ସମ୍ମୁଖ, ଦୋଳବେଦୀ କୋଣ, ଲକ୍ଷ୍ମୀ ବଜାର ଆଦି ଅଞ୍ଚଳର ରାସ୍ତାଘାଟକୁ ସିଲ୍ କରିଦିଆଯାଇଛି। ଏସବୁ ରାସ୍ତାରେ ସାଧାରଣ ଜନତା ଓ ଗାଡ଼ିମଟର ଚଳାଚଳକୁ ବନ୍ଦ କରାଯିବା ସହ ଅନ୍ୟ ରାସ୍ତାରେ ଗମନାଗମନ କରିବାକୁ ନିର୍ଦେଶ ଦିଆଯାଇଛି।

ସେହିପରି ସ୍ୱର୍ଗଦ୍ୱାର ଭିତରେ ବି ଭଙ୍ଗାଯାଉଛି ଶ୍ରାଦ୍ଧ ମଣ୍ଡପ ଓ କିଛି ନିର୍ମାଣ । ସ୍ୱର୍ଗଦ୍ୱାରର ଉନ୍ନତି ପାଇଁ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏଥିପାଇଁ ଉନ୍ନୟମ କାମ କରାଯିବାକୁ ନିର୍ଦ୍ଦେଶ ରହିଥିଲା । ଏହାକୁ ଆଗକୁ ନେବା ପାଇଁ ସ୍ୱର୍ଗଦ୍ୱାରରେ  ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ  ଉଚ୍ଛେଦ ପ୍ରକ୍ରିୟା ଚାଲିଛି ।