କନକ ବ୍ୟୁରୋ : ବିଧବା ମା’ ପାଇଁ ବର ଖୋଜୁଛି ପୁଅ । ପଶ୍ଚିମବଙ୍ଗରୁ ଆସିଛି ଏପରି ରୋଚକ ଖବର । ପଶ୍ଚିମବଙ୍ଗରୁ ହୁଗୁଳି ଜିଲ୍ଲା ଫ୍ରେଞ୍ଚ କଲୋନୀର ଗୌରବ ଅଧିକାରୀ ନାମକ ଜଣେ ଯୁବକ ନିଜ ମା’ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି । ଆଉ ଏଥିପାଇଁ ଯୁବକ ଜଣକ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ।
ଫେସବୁକ୍ ପୋଷ୍ଟରେ ଗୌରବ ଲେଖିଛନ୍ତି, ତାଙ୍କ ମା’ ପିତାଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଛନ୍ତି । ଘର ଚଳାଇବା ପାଇଁ ଗୌରବ ସବୁବେଳେ ବାହାରେ ରୁହନ୍ତି । ସବୁଦିନ ସକାଳ ୭ଟାରୁ ଅଫିସ୍ ଯାଆନ୍ତି । ଆଉ ଫେରିବା ବେଳେକୁ ରାତି । ଦିନ ସାରା ଘରେ ମା’ ଡୋଳା ଅଧିକାରୀ ପୁରାପୁରି ଏକୁଟିଆ । ଏପରିସ୍ଥଳରେ ତାଙ୍କୁ ସାଥୀଟିଏ ଆବଶ୍ୟକ ।
ତେଣୁ ମା’ଙ୍କ ଏକୁଟିଆପଣକୁ ଦୂର କରିବାକୁ ଯୋଗ୍ୟ ବରପାତ୍ର ଟିଏ ଖୋଜୁଛନ୍ତି ଗୌରବ । ତେବେ ଏପରିି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ଦୁଇ ଜଣ ଯୁବତୀ ମା’ ପାଇଁ ବର ଖୋଜି ଚର୍ଚ୍ଚାକୁ ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BARA.jpg)