ସ୍ୱାମୀ ବନାରସରେ ସ୍ତ୍ରୀ ବାହାଦେଦୀରେ ! ରାଉରକେଲାରେ ଆଉ ଏକ ବିଚିତ୍ର ବାହାଘର, ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ ସ୍ୱାମୀ

70

କନକ ବ୍ୟୁରୋ : ରାଉରକେଲାରେ ମତାଲ୍ ବରର କାରନାମା ଆପଣମାନେ ଶୁଣିଥିଲେ । ଆଜି ପୁଣି ଥରେ ସେହି ରାଉରକେଲାରୁ ସାମ୍ନାକୁ ଆସିଛି ପ୍ରେମ ପ୍ରତାରଣା ଓ ବିବାହର ଆଉ ଏକ ଚିତ୍ର । ଏଥର କିନ୍ତୁ ଧୋକା ଦେଇଛନ୍ତି ସ୍ତ୍ରୀ । ସ୍ୱାମୀ ବ୍ୟବସାୟିକ କାର୍ଯ୍ୟରେ ରାଜ୍ୟ ବାହାରକୁ ଯାଇଥିବା ବେଳେ ଆଉ ଥରେ ବିବାହ କରିଛନ୍ତି ସ୍ତ୍ରୀ । ଆଉ ଖବର ପାଇ ସ୍ତ୍ରୀଙ୍କ ରିସେପ୍ସନ ପାର୍ଟିରେ ସ୍ୱାମୀ ପହଁଚିଯିବା ପରେ ଏବେ ଅଡୁଆରେ କନ୍ୟାପକ୍ଷ ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଉରକେଲାର ଏଭଳି କିଛି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ବେଦୀରେ ଧୁମ ଧାମରେ ବାହାଘର । ଆଉ ରିସେପ୍ସନ ପାର୍ଟିରେ ବି ନବ ବିବାହିତ ବରକନ୍ୟା ସମ୍ପର୍କୀୟଙ୍କ ଠାରୁ ଶୁଭେଚ୍ଛା ଗ୍ରହଣ କରୁଛନ୍ତି ସ୍ମରାଣୀକା ଓ ତାଙ୍କ ସ୍ୱାମୀ । ହେଲେ ଏହି ରିସେପ୍ସନ ପାର୍ଟିରେ ହଠାତ ପହଁଚି ଯାଇଥିଲେ ସ୍ମରଣୀକାଙ୍କ ପୂର୍ବତନ ସ୍ୱାମୀ ମନଞ୍ଜୟ । ଆଉ ତାପରେ ଯାହା ଘଟିଲା ତାହା ସମସ୍ତଙ୍କୁ ତାଜୁବ କରିଦେଲା । ପ୍ରଥମ ସ୍ୱାମୀ ମନଞ୍ଜୟ ସ୍ମରଣୀକାଙ୍କ ସହ ତାଙ୍କ ସମ୍ପର୍କ ନେଇ ସମସ୍ତଙ୍କୁ ଅବଗତ କଲେ ।

ସେହି ମ୍ୟାରେଜ ସାର୍ଟିଫିକେଟରୁ ସ୍ପଷ୍ଟ ପ୍ରମାଣିତ ହେଉଛି ସ୍ମରଣୀକା ନାୟକ ମନଞ୍ଜୟ ଚୌବେଙ୍କୁ ବିବାହ କରିଥିବା କରିଥିଲେ । ପ୍ରଥମେ ଉଭୟଙ୍କ ଭିତରେ ପ୍ରେମ ହେଲା ଓ ପରେ ତାହା ସମ୍ପର୍କର ରୂପ ନେଲା । ପରିବାର ଲୋକ ରାଜି ନ ହେବାରୁ ୧୨ ଜୁଲାଇ ୨୦୧୬ରେ କୋର୍ଟ ମ୍ୟାରେଜ କରି ଅନ୍ୟତ୍ର ଭଡାରେ ରହୁଥିଲେ ସ୍ମରଣୀକା ଓ ମନଞ୍ଜୟ । ହେଲେ ଗତ ଫେବୃୟାରୀ ୨୨ ତାରିଖରେ ବ୍ୟବସାୟିକ କାର୍ଯ୍ୟରେ ବନାରସ ଗଲେ ସ୍ୱାମୀ । ଏମିତିକି ସ୍ତ୍ରୀ ଉପହାର ମାଗିବାରୁ ତାଙ୍କୁ ଗୋଟିଏ କାର ଓ ୧ଲକ୍ଷ ୩୦ହଜାର ଟଙ୍କା ବି ଦେଇଥିଲେ ।

ବନାରସର ଯିବାର କିଛି ଦିନ ପରେ ଆଉ ସ୍ତ୍ରୀ ସ୍ମରଣୀକାଙ୍କ ଫୋନ ଲାଗି ନ ଥିଲା । ତାଙ୍କ ପରିବାର ଲୋକଙ୍କ ସହ ବି ସମ୍ପର୍କ ହେଲା ନାହିଁ । ଏହାପରେ ମନଞ୍ଜୟ ତାଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କ ଜରିଆରେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଦ୍ୱିତୀୟ ବିବାହା କରୁଛନ୍ତି ।ଧୋକାବାଜ ସ୍ତ୍ରୀଙ୍କ କାହାଣୀ ଜାଣିବା ପରେ ଏବେ ଦ୍ୱିତୀୟ ସ୍ୱମୀ ବି ତାଙ୍କୁ ଛାଡି ଦେଇଛନ୍ତି । ଆଉ ଏବେ ବାପ ଘରେ ସ୍ମରଣୀକା କିନ୍ତୁ ବୈବାହିକ ଜୀବନରେ ପ୍ରତାରଣାର ଏଭଳି ଘଟଣା ତିିନୋଟି ପରିବାରକୁ ଉଜାଡି ଦେଇଛି ।