କନକ ବ୍ୟୁରୋ : ଯଦି ଝିଅ ବଂଚିବନି, ତେବେ ଜ୍ୱାଇଁ କାହିଁକି ବଂଚିବ । ଏପରି ତାଲିବାନୀ ଶାସନ ଦେଖିବାକୁ ମିଳିଛି ମାଲକାନଗିରିର ଏମ.ଭି. ୮୬ ଗାଁରେ । ଝିଅର ମୃତ୍ୟୁ ପାଇଁ ଜ୍ୱାଇଁକୁ ଦୋଷ ଦେଇ ପିଟି ପିଟି ହତ୍ୟା କରିଛନ୍ତି ଝିଅ ଘର ଲୋକ । ଗତ ମାସରେ ଗାଁର ଝିଅ ସୁପ୍ରୀୟା ରୟ ଓ ରତନ ମିସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣା ପଡିବା ପରେ ଗାଁ ଲୋକେ ଉଭୟଙ୍କ ବାହାଘର କରିଥିଲେ ।
ତେବେ କିଛି ଘରୋଇ କଳିକୁ କେନ୍ଦ୍ର କରି ସୁପ୍ରୀୟା ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖବର ପାଇ ଝିଅ ଘର ଲୋକେ ଘଟଣା ସ୍ଥଳରେ ପହଁଚି ପୁଅ ଘର ଲୋକଙ୍କୁ ନିର୍ଧୁମ ପିଟି ଥିଲେ । ରାତି ତମାମ ରତନଙ୍କ ପରିବାର ଲୋକଙ୍କୁ ମାଡ ମରା ଯାଇଥିବା ଜଣାପଡିଛି । ପରିବାର ପରେ ରତନକୁ ଏକ ମୋଟର ସାଇକେଲରେ ଉଠେଇ ନେଇ ଗାଁର କିଛି ଦୂରରେ ପିଟିପିଟି ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି ।
ହତ୍ୟା ପରେ ମୃତଦେହକୁ ଏକ ଗଛରେ ଟାଙ୍ଗି ଦେଇ ମୋଟର ସାଇକଲରେ ନିଅାଁ ଲଗେଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ଏହି ଘଟଣା ପରେ ରତନ ମିସ୍ତ୍ରୀର ବାପା ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ମାଲକାନଗିରି ଏସ.ଡି.ପି.ଓ ଓ ଆଇ.ଆଇ.ସି ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-12-14h53m05s313.png)