ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦକୁ ନେଇ ତେଜିଲା ଅସନ୍ତୋଷ : ଥଇଥାନ ଦାବିରେ ଥାନା ଘେରାଉ କଲେ ଦୋକାନୀ, ଆଲୋଚନା ପରେ ବନ୍ଦ ହେଲା ଭଙ୍ଗା କାର୍ଯ୍ୟ

190

କନକ ବ୍ୟୁରୋ : ଆନ୍ଦୋଳନ ପରେ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ କାର୍ଯ୍ୟ । ଆସନ୍ତାକାଲି ଆନ୍ଦୋଳନକାରୀଙ୍କ ସହ ପୁଣି ପ୍ରଶାସନ ଆଲୋଚନା କରିବା ପରେ ଭଙ୍ଗା କାର୍ଯ୍ୟ ଜାରି ରହିବ କି ନାହିଁ ସେ ନେଇ ନିଷ୍ପତି ନିଆଯିବ । ବିଏମସି କାର୍ଯ୍ୟାଳୟରେ ଆସନ୍ତାକାଲି ଦିନ ୧୧ଟାବେଳେ ୧୦ ଜଣିଆ ପ୍ରତିନିଧି ଦଳ ବିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ।  ଉଛେଦ ପୂର୍ବରୁ ଥଇଥାନ ଦାବିରେ ଆଜି ଲିଙ୍ଗରାଜ ଥାନା ଘେରାଉ କରିଥିଲେ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରୀକ ମଂଚର ସଦସ୍ୟ । ଏହାପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନ ।

ଆଲୋଚନା ପରେ ଉଛେଦ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ୍ ରଖିଛି ପ୍ରଶାସନ । ଦୋକାନୀ ମାନଙ୍କୁ ଥଇଥାନ ନକରି ଉଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି  । ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନେତା । ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନକରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସରକାରୀ ଜମିକୁ ମାଡିବସିଥିବା ମାର୍କେଟ କମ୍ପଲେକ୍ସର ଦୋକନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳକୁ ସଫା କରିବାକୁ ଯୋଜନା କରିଛନ୍ତି ସରକାର ।