ବଜ୍ରାଘାତ ନେଲା ଜୀବନ : କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ଜଣଙ୍କର ମୃତ୍ୟୁ

342

କନକ ବ୍ୟୁରୋ : ବଜ୍ରାଘାତରେ ୫ ମୃତ, ୨ ଗୁରତର । କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତି କରାଯାଇଛି । ମାର୍ଶାଘାଇ ନରଣପୁରରେ ଜଣଙ୍କର ମୃତ୍ୟୁ ହୋଇଛି । ମହାକାଳପଡ଼ା କରଂଜ ଗାଁର ରଙ୍ଗ ବେହେରା ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି ।

ସେହିପରି ପପୁନି କୁମାର ଦାସଙ୍କର ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି । ଗରଦପୁର ବ୍ଲକ ଗୋତ୍ରିବିଲ ଗାଁର ଅଜୟ ନାୟକ ଏବଂ ମରିଲୋ ଗାଁର ଦିଲ୍ଲିପ ମଲିକ୍ ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।