ବିବାଦୀୟ ବାବା ରାମରହିମ୍ ! ଆଭିଜାତ୍ୟ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ବାବାଙ୍କ କାହାଣୀ

50

ବାବା ରାମ ରହିମ ଏକାଧାରରେ ଜଣେ ଭାରତୀୟ ଆଧ୍ୟାତ୍ମିକ ଗୁରୁ, ସାମାଜିକ ସୁଧାରକ , ଅଭିନେତା, ନିର୍ଦ୍ଦେଶକ ଓ ଗାୟକ । ୧୫ ଅଗଷ୍ଟ ୧୯୬୭ରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ବାବା । ବାବା ବିବାହିତ ଓ ତାଙ୍କର ୪ ଜଣ ସନ୍ତାନ ଅଛନ୍ତି । ବାବା ରାମ ରହିମ ରକଷ୍ଟାର ବାବା ନାମରେ ମଧ୍ୟ ପରିଚିତ । ସେ ୧୯୯୦ରୁ ଭାରତ ଆଧାରିତ ସାମାଜିକ ଆଧ୍ୟାତ୍ମିକ ସଂଗଠନ ଡ଼େରା ସଚ୍ଚା ସୌଦାର ମୁଖ୍ୟ ଅଛନ୍ତି । ବାବା ରାମ୍ ରହିମଙ୍କର ପାଖାପାଖି ୬କୋଟିରୁ ଅଧିକ ଅନୁଗାମୀ ଅଛନ୍ତି । ତାଙ୍କ ସଂଗଠନ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯେପରି ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ, ଅନାଥ ଓ ଯୌନକର୍ମୀଙ୍କ ସହାୟତାରେ କାମ କରେ । । ଭାରତୀୟ ଏକ୍ସପ୍ରେସ ୨୦୧୫ରେ ସବୁଠାରୁ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ୯୬ ସ୍ଥାନରେ ରଖିଥିଲେ । ବାବା ରାମରହିମ ସିଂଙ୍କ ନାମରେ ରହିଛି ୩ଟି ବିଶ୍ୱ କିର୍ତ୍ତିିମାନ । ବାବା ରାମ ରହିମ କ୍ରିକେଟ ଓ ଫୁଟବଲ ଖେଳରେ ମାହିର । ବାବାଙ୍କ ନାଁରେ ରହିଛି ୩ଟି ଅପରାଧିକ ମାମଲା ।

ଆସନ୍ତୁ ଜାଣିବା ରାମ ରହିମଙ୍କ ବିଷୟରେ କିଛି ବ୍ୟକ୍ତିଗତ କଥା –

ପାଖାପାଖି ୧୦୦ ଏକରରେ ବ୍ୟାପ୍ତ ଅଛି ରାମ ରହିମଙ୍କ ଆଶ୍ରମ । କାଚରେ ତିଆରି ହୋଇଛି ରାମ ରହିମଙ୍କ ଭବନ, ଯାହାକୁ ଗୁମ୍ଫା କୁହାଯାଏ । ଗୁମ୍ପା ଭିତରକୁ ପ୍ରବେଶ ପାଇଁ ରହିଛି ପୟାୟ ୨-୩ଟି ଦରଜା । ଗୁମ୍ପା ପର୍ଯ୍ୟନ୍ତ କେବଳ ବାବାଙ୍କ ଗାଡ଼ି ଯାଏ । ଗୁୁମ୍ଫାର ସମସ୍ତ ସ୍ଥାନ ସାଧା କପଡ଼ାରେ ବେଷ୍ଟନ ହୋଇଛି । ଏହାସହ କମାଣ୍ଡୋ ଶୈଳୀରେ ବନ୍ଧୁକ ଧରି ଶସସ୍ତ୍ର ପ୍ରହରୀ ଆଶ୍ରମ ଜଗିଥାଆନ୍ତି ।

ବାବାଙ୍କ ଗୁମ୍ଫା ତିଆର ହୋଇଛି ବିଲକୁଲ ଏକ ନିଆରା ଢ଼ଙ୍ଗରେ । ବିଳାସପୂର୍ଣ୍ଣ ସୋଫା ଓ ଚିକମିକ କଫଡ଼ାରେ ସଜେଇ ହୋଇଛି ଆଶ୍ରମ । ରାମରହିମ ବାବାଙ୍କର ଅଛନ୍ତି ୨୦୯ ଜଣ ଶିଷ୍ୟା । ସୂଚନା ଅନୁସାରେ ସ୍ୱତନ୍ତ୍ର ପ୍ରକ୍ରିୟାରେ ବଛା ହୁଅନ୍ତି ବାବଙ୍କ ଏହି ଶିଷ୍ୟା । ଏହି ଶିଷ୍ୟାମାନଙ୍କ ମଧ୍ୟରୁ କେବଳ କିଛି ଶିଷ୍ୟାଙ୍କୁ ହିଁ ଗୁମ୍ଫା ଭିତରକୁ ଆସିବା ପାଇଁ ଅନୁମତି ରହିଛି । ଗୁମ୍ପା ଭିତରକୁ ଯିବା ପାଇଁ ବାୟୋମେଟ୍ରିକ ସିଷ୍ଟମ ରହିଛି । ତାଙ୍କ ଶିଷ୍ୟାମାନେ ଗେରୁଆ କିମ୍ବା ଧଳା ରଙ୍ଗର କପଡ଼ା ପିନ୍ଧନ୍ତି ଏବଂ ସବୁବେଳେ କେଶ ଖୋଲା ରଖନ୍ତି । ଏହା ବ୍ୟତୀତ ବାବାଙ୍କ ଖାଇବା ଦାୟିତ୍ୱ, ସାକ୍ଷାତ ଓ ସକାଳୁ ସନ୍ଧ୍ୟା ଯାଏଁ ଷ୍ଟେଜକୁ ନେବା ଆଣିବା କାମରେ ନିୟୋଜିତ ଥାଆନ୍ତି ଶିଷ୍ୟମାନେ । ବାବା ପ୍ରବଚନ ଦେବା ସମୟରେ ବାମ ପଟେ ଏହି ଶିଷ୍ୟାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ପ୍ରବଚନ ଥିବା ହଲରେ ଶିଷ୍ୟାମେନ ହିଁ ସବୁକିଛି ସମ୍ଭାଳନ୍ତି ଓ ବାହାରେ କେବଳ ପୁରୁଷ ସେବକ ମାନେ କାମ କରନ୍ତି ।

ବାବା ରା ରହିମ ଏହି ଗୁମ୍ପାରେ ସ୍ୱତନ୍ତ୍ର ରୂପରେ ପ୍ରସ୍ତୁତ ହୁଅନ୍ତିି । ଖାସ ଲୋକଙ୍କୁ ସାକ୍ଷାତ କିରିବା ପାଇଁ ରହିଛି ସ୍ୱତନ୍ତ୍ର କକ୍ଷ । ଏହି ଗୁମ୍ଫାରେ ଆରାମ କରିବାର ସମସ୍ତ ଚିଜ ମହଜୁଦ ଅଛି । ଏହା ବ୍ୟତୀତ ଯେଉଁ ଗୋଲ ଷ୍ଟେଜରେ ବାବା ପ୍ରବଚନ ଦିଅନ୍ତି ତା ପଚରେ ଚକ ଲାଗିଥାଏ ଆଉ ଉପରେ ଥାଏ ଏକ ହ୍ୟାଣ୍ଡେଲ । ଯାହାଦ୍ୱାରା ଏହି ଷ୍ଟେଜ ସବୁଆଡ଼େ ଯିବାଆସିବା କରିପାରେ । ବାବା ସେହି ଘୁରୁଥିବା ଷ୍ଟେଜ ରେ ଥରେ ଗୋଟିଏ ଘେରା ବୁଲିଆସନ୍ତି । ବାବାଙ୍କର ପୋଷାକ ଚଣ୍ଡୀଗଡ଼ର ଜଣେ ଡ଼ିଜାଇନର ପ୍ରସ୍ତୁତ କରନ୍ତି । ବାବାଙ୍କ ପୋଷାକ ଚମକୁଥିବା ସିଫନରେ ତିଆରି ହୋଇଥାଏ ।

ବାବା ରାମ ରହିମଙ୍କ ଗୁମ୍ଫାରେ ଏକ ଏନଆରଆଇ ଗେଷ୍ଟ ହାଉସ ମଧ୍ୟ ରହିଛି । ଯେଉଁଠି ରହିଛି ଶାନଦାର ସ୍ୱିମିଙ୍ଗ ପୁଲ ଓ ରେଷ୍ଟୁରାଂଟ । ଏହା ବ୍ୟତୀତ ଆଶ୍ରମରେ ଦୁଇଟି ପେଟ୍ରୋଲ ପମ୍ପ । ଆଶ୍ରମର ଗାଡ଼ିକୁ ଚିଠା ଦେଖାଇଲେ ମିଳେ ପେଟ୍ରୋଲ । ଆଶମରେ ଚାଉଳ ଠାରୁ ଆରମ୍ଭ କରି ଆଳୁ , ଟମାଟୋ ପର୍ଯ୍ୟନ୍ତ ସବୁ କିଛି ମିଳେ । ବାବାଙ୍କ ଆଶ୍ରମରେ ବିଭିନ୍ନ ପ୍ରକାରର ମସାଲା ମଧ୍ୟ ତିଆରି ହୋଇଥାଏ । ଅର୍ଥାତ ଆଶ୍ରମ ବାହାରକୁ ଯିବା ବିଲକୁଲ ଦରକାର ନାହିଁ । ବାବାଙ୍କ ଆଶ୍ରମ ଭିତରେ ବୁଲାବୁଲି କରିବା ପାଇଁ ବ୍ୟାଟେରୀ ଚାଳିତ କାର ରହିଛି । ଏହାସହ ଆଶ୍ରମରେ ଏକ ବିଶାଳର ୱାସିଙ୍ଗ ମେସିନ ରହିଛି । ଯେଉଁଠି ଏକାବେଳ ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ପୋଷାକ ସଫା ହୋଇପାରିବ । ଆଶ୍ରମରେ ସିସି ଟିଭି ସହ ଏକ କଣ୍ଟ୍ରୋଲ ରୁମ ମଧ୍ୟ ରହିଛି । ଯେଉଁଠି ଦେଶର ସମସ୍ତ ଚ୍ୟାନେଲରେ ନୀରିକ୍ଷଣ ଓ ବାବାଙ୍କ ସମ୍ପର୍କିତ ଖବର ରେକର୍ଡ଼ ହୁଏ ।

୫ଟି ସିନେମା କରିଛନ୍ତି ବାବା ରାମରହିମ –

ଗୁରମିତ ରାମ ରହିମ ସିଂହ ୨୦୧୫ରେ ସିନେମାରେ ପ୍ରବେଶ କରିଥିଲେ । ସେ ନିଜ ସିନେମାରେ ଖତରନାକ ଷ୍ଟଂଟ କରିଛନ୍ତି । ଦୁଇ ବର୍ଷରେ ରାମ ରହିମ ତିଆରି କରିଥିଲେ ୫ ଟି ସିନେମା । ଏହି ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନଥିଲା । କିନ୍ତୁ ରାମରହିମ , ତାଙ୍କ ସିନେମା ଭଲ ଆୟ କରିଛି ବୋଲି ଦାବି କହିଥିଲେ ।

ଏମଏସଜି : ଦ ମେସେଞ୍ଜର ଅଫ ଗଡ଼
ଫେବୃୟାରୀ ୨୧୦ରେ ରାମ ରହିମ ନିଜର ପ୍ରଥମ ସିନେମା ‘ଏମଏସଜି : ଦ ମେସେଞ୍ଜର ଅଫ ଗଡ଼’ ରିଲିଜ ହୋଇଥିଲା । ଏହି ସିନେମା ୧୦୦ କୋଟି ଆୟ କରିଥିଲା ବୋଲି ରାମ ରହମ ଦାବି କହିଥିଲେ । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ମାତ୍ର ୧୬.୬୫ କୋଟି ଟଙ୍କା ଆୟ କରିଥିଲା ସିନେମା । ଏହି ସିନେମାର ବଜେଟ ଥିଲା ୩୦ କୋଟି ଟଙ୍କା । ଏହି ପ୍ରକାରେ ରାମ ରହିମଙ୍କୁ ଏହି ସିନେମାରେ କ୍ଷତି ସହବାକୁ ପଡ଼ିଥିଲ । କିନ୍ତୁ ସେ ଏକଥାକୁ ମାନିବା ପାଇଁ ନାରାଜ । ମିଡ଼ିଆ ଅନୁସାରେ ଯେତେବଳେ ରାମରହିମ ଦେଖିଲେ ସିନେମା ଭଲ ପ୍ରଦର୍ଶନ କରୁନାହିଁ ସେତେବେଳେ ସେ ସବୁ ଟିକଟ କିଣି ନେଇଥିଲେ । ଏହି ସିନେମାକୁ ରାମ ରହିମ ୬୬୫ ସ୍କ୍ରିନରେ ରିଲିଜ କରିଥିଲେ ।

ଏନଏସଜି -୨ : ଦ ମେସେଞ୍ଜର –
ପ୍ରଥମ ସିନେମା ରିଲିଜ ହେବାର ସାତ ମାସ ପରେ ରିଲିଜ ହେଲା ବାବାଙ୍କ ଦ୍ୱିତୀୟ ସିନେମା ‘ଏମଏସଜି-୨ : ଦ ମେସେଞ୍ଜର’ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ୨୭୫ କୋଟି ଙ୍କା ଆୟ କରିପାରିଥିଲା । ଏହାପାରେ ବାବା ଟ୍ୱିଟରରେ ଘୋଷଣା କଲେ କି ସିନେମା ୩୦୦ କୋଟିରୁ ଅଧିକ କାରବାର କରିଛି । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ମାତ୍ର ୧୭ କୋଟି ଟଙ୍କା କାରବାକ କରିଥିଲା ।

ଏମଏସଜି : ଦ ବାରିୟର ଲାୟନ ହାର୍ଟ
୨୦୧୬ରେ ରାମ ରହିମଙ୍କ ଆଗମାୀ ସିନେମା ‘ଏନଏସଜି : ଦ ୱାରିୟର ଲାୟନ ହାର୍ଟ’ ରିଲିଜ ହୋଇଥିଲା । ଏହି ସିନେମାରେ ପଞ୍ଜାବରେ ହାଉସଫୁଲ ରହିଥିଲା ବୋଲି ରାମରିହମ କହିଥିିଲେ । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ପ୍ରଥମ ସପ୍ତାହରେ କବେଳ ୫.୭୫ କୋଟିି ଆୟ କରିପାରିଥିଲା । ଅନ୍ୟ ରିପୋର୍ଟରେ କୁହାଗଲା ସିନେମା ମାତ୍ର ୧୭.୬୦ କୋଟିି ଆୟ କରିପାରିଥିଲା ।

ହିିନ୍ଦ କା ନାପାକ କୋ ଜବାବ : ଏନଏସଜି ଲାୟନ ହାର୍ଟ-୨

୨୦୧ ଫେବୃୟାରୀରେ ଆସିଥିଲା ଏହି ସିନେମାରେ ରାମ ରହିମ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିିକାଲ ଷ୍ଟ୍ରାଇକ ଉପରେ ତିଆରି କରିଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ୧୪ କୋଟି ଟଙ୍କା କାରବାର କରିଥିଲା । କିନ୍ତୁ ନିର୍ମାତାମାନେ ଦାନି କରିଥିିଲେ ଏହି ସିନେମା ୭ ଦିନରେ ୧୦୦ କୋଟି ଟଙ୍କା ଆୟ କରିଛି ।

ଜଟ୍ଟୁ ଇଞ୍ଜିନିୟର –
ମେ ମାସରେ ରାମ ରହିମଙ୍କର ‘ଜଟ୍ଟୁ ଇଞ୍ଜିନିୟ’ ନାମକ ଏକ ସିନେମା ରିଲିଜ ହୋଇଥିଲା । ଏହାର ଟ୍ୟାଗ ଲାଇନ ଥିଲା ‘ଶକ୍ତିକା ଭଣ୍ଡାର ଟ୍ରିପଲ ଏକ୍ସ’ । ନିଶାସକ୍ତ ଗ୍ରାମୀଣ ଯୁବକଙ୍କୁ ସୁଧାରିବା ଉପରେ ନେଇ ତିଆରି ହୋଇଥିଲା ଏହି ସିନେମା । ରାମ ରହିବ ଦାଦି କରିଥିଲେ ସିନେମା ୩୯୫ କୋଟି ଟଙ୍କା ଆୟ କରିଛି । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ମାତ୍ର ୯.୮୩ କୋଟି ଟଙ୍କା ଆୟ କରିପାରିଥିଲା ।