୨୦୧୭ରେ ବ୍ୟାଙ୍କରେ କେଉଁ କେଉଁ ନୂଆ ନିୟମ ଲାଗୁ ହୋଇଛି ! ଆସନ୍ତୁ ଜାଣିବା

45

ଭାରତ ସରକାରଙ୍କ ଦ୍ୱାରା ନିକଟରରେ ଡଜିିଟାଲୀକରଣକୁ ପ୍ରୋତ୍ସାହନ ଦେବା ସହ କଳା ଧନକୁ ଲଗାମ ଲଗାଇବା ପାଇଁ ଅନେକ ପ୍ରୟାସ କରାଯାଉଛି । ଯେଉଁଠି କୌଣସି ବି ଜିନିଷରେ କିଣାବିକା ପାଇଁ ୨ ଲକ୍ଷ ଟଙ୍କାର ନଗଦ ପଇଠ କରିବାର ସୁଯୋଗ ଦିଆଯାଇଛି । ଏଥିିରୁ ଅଧିକ କ୍ୟାସ୍ ବ୍ୟବହାର କରାଗଲେ ବ୍ୟବହୃତ ହୋଇଥିବା ରାଶିିର ବରାବର ଶୁଳ୍କ ଲଗାଯିବ । ଏହାକୁ ନଜରରେ ରଖି ସରକାରୀ ଓ ଅନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟ ନେଣଦେଣ ଓ ଏଟିଏମ ନେଣଦେଣର ସୀମା ନିର୍ଦ୍ଧାରିତ କରି ଦେଇଛନ୍ତି । ଆସନ୍ତୁ ଜାଣିବା ୨୦୧୭ରେ ହୋଇଥବା କିଛି ନୂଆ ନିୟମ ବିଷୟରେ ।

ସେଭିଂ ଖାତା ପାଇଁ ନ୍ୟୂନତମ ମାସିକ ବାଲାନ୍ସ-

ଯଦି କୌଣସି ସେଭିଂ ଖାତା ଶୁନ ବାଲାନ୍ସ ଅନ୍ତର୍ଗତ ଖୋଲା ଯାଇଛି ତେବେ ତାକୁ ନୋ ଫ୍ରୀଲ ଆକାଉଣ୍ଟ କୁହାଯାଏ । ଏହି ପ୍ରକାର ଖାତାରେ ଗୋଟିଏ ମାସରେ ନ୍ୟୂନତମ ରାଶି ରଖିିବା ଦରକାର ନାହିଁ । ଏହି ପ୍ରକାର ଖାତାରେ ଯେକୌଣସି ପରିମାଣର ରାଶିର ପ୍ରଥମ ୪ ଥର ନେଣ ଦେଣ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ ।

ଅଧିକ ସଂଖ୍ୟାରେ ନଗଦ ନେଣ ଦେଣ ଉପରେ ଲାଗିବ ଅତିରିକ୍ତ ଶୁଳ୍କ-

ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ପରି ପ୍ରମୁଖ ପ୍ରାଇଭେଟ ବ୍ୟାଙ୍କ ଗୁଡିକ ପ୍ରତି ମାସ ଏକ ନିର୍ଦ୍ଧାରିତ ସୀମାରୁ ଅଧିକ ନେଣ ଦେଣ କରିଲେ ୧୫୦ ଟଙ୍କା ନେଣ ଦେଣ ହିସାବରେ ଶୁଳ୍କ ଦେବାକୁ ପଡିବ । ଏଚଡିଏଫସି ବ୍ୟାଙ୍କରେ ଏହି ଚାର୍ଜ ବଞ୍ଚିବା ଓ ସାଲାରୀ ଆକାଉଣ୍ଟ ଉପରେ ଲାଗିବ । ଆଇସିଆଇସିଆଇ ବ୍ୟାଙ୍କ ପ୍ରଥମ ୪ ଥର ନେଣ ଦେଣ ବ୍ୟତୀତ ଅନ୍ୟ ସବୁ ନେଣ ଦେଣ ଉପରେ ପ୍ରତି ୧୦୦୦ ଟଙ୍କାରେ ୫ ଟଙ୍କା ଚାର୍ଜ ନେବ ।

ବାଲାନ୍ସ ପରୀକ୍ଷା କଲେ ମଧ୍ୟ ବ୍ୟାଙ୍କ ଅତିରିକ୍ତ ଶୁଳ୍କ ଆଦାୟ କରିବେ-

ଯଦି ଆପଣଙ୍କ ଖାତା ଏକ ପ୍ରାଇଭେଟ ବ୍ୟାଙ୍କରେ ଅଛି ତେବେ ନିଜର ବାଲାନ୍ସ ଯାଞ୍ଚକରିବା ଓ ପିନ ବଦଳାଇଲେ ମଧ୍ୟ ପ୍ରତି ଥରରେ ୮.୫ ଟଙ୍କା ଚାର୍ଜ କରିବ ।

ଏଟିଏମରେ ନେଣଦେଣ କଲେ-
ଏହି ନିୟମ ଅନୁସାରେ ବ୍ୟାଙ୍କ ଗୁଡିକ ଏଟିଏମ୍ ମେସିନରେ ଲୋକ କମ୍ କରିବା ପାଇଁ ଏଟିଏମରୁ ମାଗଣାରେ ଟଙ୍କା ବାହର କରିବାର ସୀମାକୁ ପାର କରିବା ପରେ ମଧ୍ୟ ଶୁଳ୍କ ଲଗାଇବା ପାଇଁ ନିଷ୍ପତି ନେଇଛି । ଉଦାହରଣ ସ୍ୱରୁପ ଆକ୍ସିସ ବ୍ୟାଙ୍କ ଏକ ନିୟମ ତିଆରି କରିଛି ଯେଁଉଠି ପ୍ରଥମ ୫ ଥର ନେଣ ଦେଣ ଆପଣ ମାଗଣାରେ କରିପାରିବେ । ଏଥିରୁ ଅଧଇକ ନେଣ ଦେଣ ଉପରେ ଶୁଳ୍କ ଲାଗିବ ।

ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରେ ନେଣ ଦେଣ ଉପରେ କେତେ ଚାର୍ଜ ରହିଛି-

source-jagaran josh

ସାର୍ବଜନୀକ ସ୍ଥାନ ରେ ଏସବିଆଇ ଏଥିପାଇଁ କଣ ନୀତି ଆପଣାଇଛି ଆସନ୍ତୁ ଜାଣିବା-

ଏସବିଆଇ ତା’ର ସବୁ ଗ୍ରାହକଙ୍କ ପାଇଁ ଏକ ମାସରେ ନିଜର ଖାତା ଥିବା ବ୍ରାଞ୍ଚକୁ ଯାଇ ନେଣ ଦେଣ କଲେ କୌଶସି ଶୁଳ୍କ ପଡିବ ନାହିଁ । କିନ୍ତୁ ଯଦି କେହି ୩ ଥରରୁ ଅଧକ ଥର ଆପଣ ବ୍ୟାଙ୍କ ଯାଆନ୍ତି, ତେବେ ତାକୁ ପ୍ରତି ନେଣ ଦେଣରେ ୫୦ ଟଙ୍କାର ଶୁଳ୍କ ଦେବାକୁ ପଡିବ । ଏହା ବ୍ୟତିତ ୫ ଥର ଏଟିଏମର ପ୍ରୟୋଗରେ (କେବଳ ଏସବିଆଇ ଏଟିଏମ) ବିନା ଶୁଳ୍କରେ କରିପାରିବେ । କିନ୍ତୁ ଏଥିରୁ ଅଧିକ ଥର ନେଣଦେଣ ଉପରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୧୦ ଟଙ୍କା ଦେବାକୁ ପଡିବ । କିନ୍ତୁ ଯଦି କୌଣସି ଏସବିଆଇ ଖାତାଧାରୀ ଅନ୍ୟ ବ୍ୟାଙ୍କର ଏଟିଏମରୁ ୩ରୁ ଅଧିକ ଥର ଟଙ୍କା ବ୍ୟବହର କରେ, ତାକୁ ପ୍ରତିଥିର ୨୦ ଟଙ୍କାର ଶୁଳ୍କ ଦେବାକୁ ପଡିବ । ଏହାସହ ଏସବିଆଇର କ’ଣ କ’ଣ ନିୟମ ରହିଛି ତାହା ଉପରୋକ୍ତ ଚାର୍ଟରେ ଦର୍ଶାଯାଇଛି ।

                                          ସୌଜନ୍ୟ-ଜାଗରଣ ଜୋସ