ଆଜି ଶେଷ ରଜ : ସବୁଠି ପିଠା, ମିଠା ଓ ପାନର ମହକ

242

କନକ ବ୍ୟୁରୋ : ଶେଷ ରଜ ସାଙ୍ଗକୁ କୋହଲା ପାଗ । ରଜର ମଜାକୁ ଦ୍ୱିଗୁଣିତ କରୁଛି । ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ଜିର ଦିନକୁ ଭୂମି ଦହନ ବା ଭୂଦାହ କୁହାଯାଏ । ମିଠା, ପିଠା ଓ ପାନର ମହକରେ ଗାଁଠୁ ଆରମ୍ଭ କରି ସହର । ପିଲାଠାରୁ ବୁଢ଼ା ସମସ୍ତେ ଦୋଳି, ବାଗୁଡ଼ି ଓ ତାସ୍ ଖେଳରେ ମଜିଯାଇଛନ୍ତି । ଝିଅମାନେ ସକାଳୁ ସକାଳୁ ସଜେଇ ହୋଇ ରଜ ଦୋଳି ପାଖରେ ଏକାଠି ହୋଇ ଦୋଳି ଖେଳୁଛନ୍ତି ।

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।