ସୁକୁମା ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛି କେନ୍ଦ୍ର ! ମାଲକାନଗିରି ସୀମା ସିଲ୍ କରି ସୁରକ୍ଷାକର୍ମୀଙ୍କ କମ୍ବିଂ ଜୋର

23

କନକ ବ୍ୟୁରୋ : ସୁକୁମା ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଏପଟେ ମାଲକାନଗିରି ସୀମା ସିଲ୍ କରି କମ୍ବିଂ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ । ସୁକମାରେ ମାଓ ଆକ୍ରମଣ ପରେ ମାଲକାନଗିରିରେ ଅପରେସନ ଜୋର କରି ଘଂଚ ଜଙ୍ଗଲ ଭିତରେ ଖେଦୁଛନ୍ତି ଯବାନ । ଆଜି କାଲିମେଳା କୁରୁବ ଜଙ୍ଗଲରେ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ ବେଳେ ଦୁଇଟି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଛି । ତେବେ ଏଥିରୁ ସୁରକ୍ଷାକର୍ମୀ ଅଳ୍ପକେ ବର୍ତି ଯାଇଛନ୍ତି ।

ଏହାସହ କମ୍ବିଂ ବେଳେ ୧୨ଟି ଲ୍ୟାଣ୍ଡ ମାଇନ ଜବତ କରିଛନ୍ତି ଯବାନ । ସୁକମା ଆକ୍ରମଣ ପରେ ମାଲକାନଗିରିରେ ପବନହଂସ ହେଲିକପ୍ଟର ମାଲକାନଗିରିରେ ପହଚିଂଛି । ସୁକମା ଚିତାଗୁଫାରେ ମାଓବାଦୀ ରଚିଥିବା ନରସଂହାରକୁ ଗୁରୁତର ସହ ନେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ । ମାଓବାଦୀଙ୍କୁ ନିପାତ କରିବା ପାଇଁ କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଥିବା ବେଳେ ମାଓବାଦୀମାନେ ମାଲକାନଗିରିରେ ତାଙ୍କର ଜାଲ ବିଛାଉଛନ୍ତି । ସୁକମା ଆକ୍ରମଣ ପରେ ମାଲକାନଗିରିରେ ଜଙ୍ଗଲ ଭିତର ଖେଦୁଛନ୍ତି ସୁରକ୍ଷାବାହିନୀ ।