ହଜାରିବାଗ ଯିବା ଆଗରୁ ଆଜି ଜେଲରୁ ବାହାରିବେ ଲାଲୁ ! ପାରୋଲରେ ଆସି ଭଉଣୀର ଅନ୍ତିମ ସଂସ୍କାରରେ ହୋଇପାରନ୍ତି ସାମିଲ

42

କନକ ବ୍ୟୁରୋ : ଜେଲରେ ଥିବା ଲାଲୁ ଯାଦବଙ୍କ ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କ ଦେହାନ୍ତ ହୋଇଛି । ଆଜି ତାଙ୍କର ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଲାଲୁ ଯାଦବ ପାରୋଲରେ ଆସିବେ ବୋଲି ଜଣାପଡିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ସୂଚନା ଅନୁସାରେ ରବିବାର ପାରୋଲ ପାଇଁ ଆଇନଗତ ପ୍ରକ୍ରିୟା ପୁରଣ କରାଯାଇ ପାରିନଥିଲା । ତେଣୁ ପାରୋଲ ପ୍ରକ୍ରିୟା ଶେଷ ହେବା ପରେ ଗଙ୍ଗୋତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାର କରାଯିବ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗଙ୍ଗୋତ୍ରୀ ଦେବୀ ଲାଲୁଙ୍କୁ ଜେଲଦଣ୍ଡ ଶୁଣି ମର୍ମାହତ ହୋଇପଡିଥିଲେ । ତାଙ୍କ ଦେହାନ୍ତ ଖବର ପାଇ ରାବ୍ରୀଦେବୀ, ତେଜସ୍ୱୀ ଓ ତେଜପ୍ରତାପ ବାସଭବନରେ ପହଂଚି ଅନ୍ତିମ ଦର୍ଶନ କରିଛନ୍ତି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ସାଢେ ୩ ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ରାଂଚିର ବିର୍ସାମୁଣ୍ଡା ସେଂଟ୍ରାଲ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବଙ୍କ ନୂଆ ଠିକଣା ହେଉଛି ହଜାରିବାଗ ଜେଲ୍ ।

ସୂଚନାଯୋଗ୍ୟ ରବିବାର ଦିନ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ବଡ ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କର ଦେହାନ୍ତ ହୋଇଛି । ସେତେବେଳେ ତାଙ୍କର ବୟସ ଥିଲା ୮୫ ବର୍ଷ । ସେ ଲାଲୁ ଜେଲରୁ ଫେରିବା ନେଇ ଅପେକ୍ଷା କରିଥିଲେ । ଗତ କିଛିଦିନ ଧରି ଲାଲୁଙ୍କ ଜେଲରୁ ମୁକ୍ତି ପାଇଁ ପୂଜା ପାଠ ବି କରୁଥିଲେ । ଏହା ଭିତରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ବଡ ଭଉଣୀ ଲାଲୁ ପ୍ରସାଦଙ୍କର ବହୁତ ନିକଟତର ଥିଲେ । ଲାଲୁଙ୍କୁ ସାଢେ ତିନି ବର୍ଷ ଜେଲ ଜେଲ ଦଣ୍ଡାଦେଶ ଶୁଣି ଗଙ୍ଗୋତ୍ରୀ ଦେବୀ ମର୍ମାହତ ହୋଇପଡ଼ିଥିଲେ। ସେହି ସମୟରୁ ସେ କାହା ସହିତ କିଛି କଥାବାର୍ତ୍ତା ନକରି ଗୁମ୍ ମାରି ବସି ରହୁଥିଲେ । ଫଳରେ ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।