ଫେରୁଛନ୍ତି ପୁରୁଣା ଯୋଡ଼ି ! ୯ ବର୍ଷ ପରେ ଏକାଠି ନଜର ଆସିବେ ଖିଲାଡ଼ି ତାରକା ଅକ୍ଷୟ କୁମାର ଓ ସୈଫ ଅଲ୍ଲୀ ଖାନ୍

51

ବଲିଉଡ଼ରେ ଏବେ ପୁରୁଣା ଯୋଡ଼ିଙ୍କ ଜମାନା ଚାଲିଛି । ସିନେ ନିର୍ମାତାମାନେ ପୁରୁଣା ଯୋଡ଼ିଙ୍କୁ ଏକାଠି ନେବା ପାଇଁ ପସନ୍ଦ କରୁଛନ୍ତି । ତେଣୁ ପୁଣି ଏକାଠି ନଜର ଆସୁଛନ୍ତି ପୁରୁଣା ଯୋଡ଼ି । ତେବେ ପାଖାପାଖି ୧୮ ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅନୀଲ କପୁରଙ୍କ ଯୋଡ଼ିକୁ ପୁଣି ଥରେ ଦର୍ଶକ ଦେଖିପାରିବେ । ଏହି ଯୋଡ଼ିଙ୍କ ବ୍ୟତୀତ ବଲିଉଡ଼ର ଆଉ ଏକ ହିଟ୍ ତଥା ଲୋକପ୍ରିୟ ଅଭିନେତା ଯୋଡ଼ି ଛୋଟ ପରଦାକୁ ଫେରୁଛନ୍ତି । ଖବର ଅନୁସାରେ ୯ ବର୍ଷ ପରେ ଅକ୍ଷୟ କୁମାର ଓ ସୈଫ ଅଲ୍ଲୀ ଖାନ୍ ପୁଣି ଆଉ ଥରେ ‘ମେଁ ଖିଲାଡ଼ି ତୁ ଅନାଡ଼ି’ ସିନେମାର ସ୍ମୁତିକୁ ତାଜା କରିବା ପାଇଁ ଆସୁଛନ୍ତି । ଏଥଇପାଇଁ ଦର୍ଶକ ଖୁବ ଉତ୍ସାହ ସହ ଅପେକ୍ଷା କରିଛନ୍ତି ଏହି ଅଭିନେତା ଯୋଡ଼ିଙ୍କୁ ।

ସୂଚନା ଅନୁସଯାୟୀ ଅକ୍ଷୟ କୁମାର ଖୁବ ଶୀଘ୍ର ଟିଭିରେ ନିଜର ସୋ ‘ଗ୍ରେଟ୍ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜ’ ଜରିଆରେ ଛୋଟ ପରଦାକୁ ଫେରୁଛନ୍ତିି । ଏଥିପାଇଁ ସୋ’ର ପ୍ରଥମ ଏପିସୋଡ଼ରେ ଅତିଥି ହେବା ପାଇଁ ସୈଫଙ୍କୁ ରାଜି କରାଇଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ଏହି ପ୍ରକାରରେ କମେଡ଼ି ଜରିଆରେ ନିଜର ପୁରୁଣା କେମେଷ୍ଟ୍ରି ଦେଖାଇବେ ଉଭୟ ଅଭିନେତା ।

୯୦ ଦଶକରେ ସୈଫ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାରଙ୍କ ଯୋଡ଼ି ଶେଷ ଥର ପାଇଁ ୨୦୦୮ରେ ସିନେମା ‘ଟସନ’ରେ ନଜର ଆସିଥିଲେ । ତେବେ ଉଭୟ ଅଭିନେତା ଥିବୋ ସତ୍ୱେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା ଏହି ସିନେମା । ତେବେ ଏବେ ଦେଖିବା ପାଇଁ ବାକି ରହିଲା ଛୋଟ ପରଦାରେ ଏହି ଅଭିନେତାଙ୍କ ଯୋଡ଼ି ଦର୍ଶକଙ୍କୁ କେତେ ଆକର୍ଷିତ କରିପାରୁଛିି ?

ସୂଚନାଯୋଗ୍ୟ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଛ୍ୟାଲେଞ୍ଜ’ର ଆଗାମୀ ସିଜିନରେ ଅକ୍ଷୟ କୁମାର ସୁପର ଜଜ୍ ରୂପେ ନଜର ଆସିବେ । ଏହି ସୋ’ର ପ୍ରଥମ ଏପିସୋଡ଼ ସୁଟିଂ ସମୟରେ ଅକ୍ଷମ କୁମାର କହିଥିଲେ ସେ ପ୍ରସିଦ୍ଧ ତଥା ଲୋକପ୍ରିୟ ହାସ୍ୟଭିନେତା ଚାର୍ଲି ଚାପଲିନଙ୍କ ଜଣେ ବଡ଼ ପ୍ରଶଂସକ । ସେ ଚାର୍ଲିଙ୍କୁ ଏତେ ପସନ୍ଦ କରନ୍ତି ଯେ ତାଙ୍କ ଫଟୋକୁ ୱାଲେଟରେ ରଖିଛନ୍ତି । ଏହି ସୋ’ରେ ଅକ୍ଷୟଙ୍କ ବ୍ୟତୀତ ମଲ୍ଲିକା ଦୁଆ, ଜାକିର ଖାନ୍ ଓ ହୁସେନ ଦଲାଲ ମଧ୍ୟ ମେଂଟର ରୂପେ ନଜର ଆସିବେ ।