ମା ଡାକ ଶୁଣିବା ହେଲା ସ୍ୱପ, ୫ଟି ଯାକ ଛୁଆ ମୁକ ବଧିର! ଲାଳନ ପାଳନ ଓ ଭବିଷ୍ୟତ ଚିନ୍ତାରେ କେରାପୁର ପଲାସା ଗାଁର ଲକ୍ଷ୍ମୀ ଖରା

44

କନକ ବ୍ୟୁରୋ : ଘର ସଂସାର କରି ଖୁସିରେ ରହିବାପାଇଁ ସବୁ ଝିଅ ସ୍ୱପ୍ନ ଦେଖିଥାନ୍ତି  । କୋରପୁଟ ଜିଲ୍ଳା ପୁଲସା ଗାଁର ଲକ୍ଷ୍ମୀ ମଧ୍ୟ ଦେଖିଥିଲେ କିଛି ଏଭଳି ସ୍ୱପ୍ନ । କିନ୍ତୁ ସବୁ କିଛି ଓଲଟା ହୋଇଗଲା । ବିବାହର ଗୋଟିଏ ବର୍ଷ ପରେ ଲକ୍ଷ୍ମୀଙ୍କ ଝିଅ ଟିଏ ହେଲା । କିନ୍ତୁ କିଛି ଦିନ ଗଲା ପରେ ଜାଣିବାକୁ ପାଇଲେ ଝିଅଟି ନା କହିପାରୁଛି ନା ଶୁଣିପାରୁଛି ।

ଏହା ପରେ ଏକ ସୁସ୍ଥ ସନ୍ତାନ ଆଶାରେ ଲକ୍ଷ୍ନୀଙ୍କର ୪ଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହେଳା । କିନ୍ତୁ ବିଡମ୍ବନାର ବିଷୟ ସବୁ ଝିଅ ଓ ପୁୂଅ ହେଲେ ମୂୁକ ବଧିର । ୫ଟି ସନ୍ତାନର ଥାଇ ମଧ୍ୟ ଲକ୍ଷ୍ମୀ ଶୁଣିପାରୁନାହାନ୍ତି ମାଆର ଡାକ । ସୁସ୍ଥ ସନ୍ତାନ ପାଇବା ଆଶାରେ ଗୋଟିଏ ପରେ ଗୋଟିଏ ପରେ ୫ଟି ଯାକ ଛୁଆ ଜନ୍ମ ହେଲେ ମୁକ ବଧିର । ନା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି ।

ଏବେ ଭାଗ୍ୟକୁ ଆଦରି ପଡିରହିଛନ୍ତି କୋରାପୁଟ ପଲାସା ଗାଁର ଲକ୍ଷ୍ନୀ । ଅଭାବ ଅନଟନରେ ଚଳୁଥିବା ଏହି ପରିବାର ଗାଁରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭଲ ଘର ଖଣ୍ଡେ ନାହିଁ । ସରକାରୀ ସୁବିଧା ମଧ୍ୟ କିଛି ମିଳୁନାହିଁ । ଏହାରି ଭିତରେ କହିପାରୁନଥିବା କି ଶୁଣିନଥିବା ୫ ଟି ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଲକ୍ଷ୍ମୀ ।