ସୀମାନ୍ତରେ ଘଟ ପର୍ବ ! ମା ଶୀତଳା ଠାକୁରାଣୀଙ୍କ ମେଲାଣି ଯାତ୍ରାରେ ଦୁଲୁକିଲା କୋରାପୁଟ

57

କନକ ବ୍ୟୁରୋ : ସୀମାନ୍ତରେ ଘଟ ପର୍ବ । ଘଟ ପର୍ବକୁ ନେଇ ଚଳଚଚଂଳ କୋରାପୁଟ ଜିଲ୍ଳାର କୋଟପାଡ଼ ବ୍ଳକ । ୩ ବର୍ଷକୁ ଥରେ ପାଳନ ହେଉଥିବା ମା ଶୀତଳା ଠାକୁରାଣୀଙ୍କ ଘଟ ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମିଛି ।

୧୦ ଦିନ ଧରି ପାଳନ ହୋଇ ଆସୁଥିବା ଏହି ପର୍ବର ଆଜିର ଅନ୍ତିମ ଦିନ । ମା’ଙ୍କ ପାଖରେ ମାନସିକ ରଖିଲେ ତାହା ପୁରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏହି ଉତ୍ସବରେ ପ୍ରତିଦିନ ମା ସହର ପରିକ୍ରମା କରିବା ସହ ବିଭିନ୍ନ ନିତି ନିୟମ ଅନୁସାରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।

କଳସ ହାଣ୍ଡିରେ ଶତାଧିକ ଭକ୍ତ ଶୋଭାଯାତ୍ରାରେ ବାହାରି ୧୦ ଦିନ ପରେ ମାଙ୍କୁ ମେଲାଣି ଦେଉଛନ୍ତି । ପୁଣି ୩ ବର୍ଷରେ ମା ଆସିବେ । ଭକ୍ତଙ୍କୁ ଦର୍ଶନ ଦେବେ । ସେପେଟେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।