ଜଳିଲା କୋରାପୁଟର ଧାନ କ୍ଷେତ : ବର୍ଷା ଅଭାବରୁ ଉଜୁଡା ଫସଲରେ ନିଆଁ ଲଗାଇଲେ ଚାଷୀ

ପାଣି ଅଭାବ ସାଙ୍ଗକୁ ରୋଗପୋକ ଯୋଗୁଁ ଏକର ଏକର ଫସଲ ନଷ୍ଟ, କ୍ଷତିପୂରଣ ଦାବି

64

କନକ ବ୍ୟୁରୋ : ଉଭେଇଗଲା ବର୍ଷା । ମାଡ଼ି ଆସିଲାଣି ଶୀତ ।  ବର୍ଷା ଉପରେ ନିର୍ଭର କରି ଚାଷ କରିଥିବା ଚାଷୀ ଏବେ ହତାସ । କାଣ ପାଣି ଅଭାବରୁ ଧାନ ବିଲ ଫାଟି ଆଁ କରିବା ସହ ଶୁଖି ପାଳ ହୋଇଗଲାଣି । ଆଉ କେତେକ ସ୍ଥାନରେ ଧାନ ବିଲରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ କରିଛି । ରୋକ ପୋକ ରୋକିବା ପାଇଁ ଚାଷୀ ଉପାୟ ନପାଇଁ ଉଜୁଡା ଫସଲ କ୍ଷେତରେ  ନିଆଁ ଲଗେଇ ଦେଇଛି ।

ଏ ବର୍ଷ ଭଲ ବର୍ଷା ହୋଇଥିଲା । ଭଲ ଚାଷ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ଧାନ ବିଲରେ ପାଣି ଆବଶ୍ୟକ ବେଳେ ଉଭାନ ହୋଇଗଲା ବର୍ଷା ଆଉ ଉଜୁଡ଼ି ଗଲା ଚାଷ । କୋରାପୁଟ ଜିଲ୍ଳାର କୋଟପାଡ଼, ଡ଼ଙ୍ଗରପାଉଁସି, କୁନ୍ଦୁରା ବ୍ଲକରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଚକଡା ପୋକ ଧାନ କେଣ୍ଡାରୁ ଧାନ ଖାଇ ଦେଉଥିବା ବେଳେ କେତେକ ସ୍ଥାନରେ ପାଣି ଅଭାବରୁ  ଜମି ଫାଟି ଆଁ କରିଛି । ଫଳରେ ଗଛରୁ ଧାନ ବାହାରି ନପାରି ଶୁଖି ପାଳ ହୋଇଗଲାଣି । ଯାହାକୁ ଦେଖି ଭାଙ୍ଗି ପଡିଥିବା ଚାଷୀ ଜମିରେ ନିଆଁ ଲଗାଇ ଦେଇଛନ୍ତି ।

୪୯୮ ଏକର ଜମିରେ ପାଣିର ଅଭାବରୁ ଫସଲ ହାନୀ ଘଟିଛି । କ୍ଷୟକ୍ଷତିର ଆକଳନ ଫାଇନାଲ ସର୍ଭେ ପରେ ଜଣାପଡ଼ିବ କେତେ ଫସଲ ନଷ୍ଟ ହୋଇଛି । କିନ୍ତୁ ଏଯାଏଁ ଚାଷୀ ଫସଲହାନୀ ନେଇ ଖବର ଦେଇନଥିବା ନାହାନ୍ତି ବୋଲି କହିଛନ୍ତି କୃଷି ଅଧିକାରୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ଘଟିଛି । ପାଣି ଅଭାବରୁ ଚାଷ ନଷ୍ଟ ହେଉଥିବା ବେଳେ ରୋଗପୋକ ଦାଉ ସାଧୁଛନ୍ତି ।