କେଉଁ ଉପାୟରେ କ୍ଷୀରକୁ ୧୦ ଗୁଣ ଅଧିକ ସ୍ୱାସ୍ଥ୍ୟକର କରିପାରିବେ . . .ଜାଣନ୍ତୁ ! ମିଳିବ ଅନେକ ଲାଭ

41

ଛୋଟ ପିଲାମାନେ ସବୁବେଳେ କ୍ଷୀର ପିଇବା ସମୟରେ ନାକ ଟେକିବା ଦେଖିବାକୁ ମିଳେ । କ୍ଷୀର ଗ୍ଲାସ ଦେଖିବା ମାତ୍ରେ ଲୁଚିବାରେ ଲାଗନ୍ତି । କ୍ଷୀର ସେମାନଙ୍କ ପାଇଁ ଆବଶ୍ୟକ ଥିଲେ ମଧ୍ୟ କ୍ଷୀରଠାରୁ ଦୂରେଇ ରୁହନ୍ତି । ଆସନ୍ତୁ ଜାଣିବା ଏପରି କିଛି ଟିପ୍ସ ଯାହା କ୍ଷୀରକୁ ସ୍ୱାଦିଷ୍ଟ କରିବା ସହିତ ୧୦ ଗୁଣ ପୁଷ୍ଟି ଶରୀରକୁ ଯୋଗାଇଥାଏ ।

କେସର – ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରମ କ୍ଷୀର ପିଅନ୍ତି । ଏପରିସ୍ଥଳେ ଯଦି କ୍ଷୀରରେ ୨-୪ଟି କେସର ମିଶାଇ ଛୋଟ ପିଲାଙ୍କୁ ପିଇବା ପାଇଁ ଦେବେ, ତେବେ ଏହା ଶରୀରକୁ ଗରମ ରଖିବା ସହିତ ତ୍ୱଚାରେ ଚମକ ଆଣିଥାଏ ।

ଭଲ ନିଦ ପାଇଁ – ଯଦି ଆପଣ ରାତିରେ ଭଲ ଭାବେ ଶୋଇପାରୁ ନାହାଁନ୍ତି ତେବେ ଏକ ଗ୍ଲାସ କ୍ଷୀର ପିଅନ୍ତୁ । କ୍ଷୀରରେ ଥିବା ଏମିନୋ ଏସିଡ ଟ୍ରିପ୍ଟୋଫ୍ୟାନ ଭଲ ନିଦ ପାଇଁ ସହାୟକ ହୋଇଥାଏ । କ୍ଷୀରରେ ଜାଇଫଳ ପାଉଡର କିମ୍ବା ବାଦାମ ପାଉଡର ମିଶାଇ ପିଇବା ଦ୍ୱାରା ଶରୀରରେ ମେଲାଟିନ ବୃଦ୍ଧି ହୁଏ । ଏହା ଫଳରେ ଭଲ ନିଦ ହୋଇଥାଏ ।

ମହୁ – କ୍ଷୀର ସହ ମହୁ ମିଶାଇ ଛୋଟ ପିଲାଙ୍କୁ ଦେବା ଦ୍ୱାରା ରୋଗପ୍ରତରୋଧକ ଶକ୍ତି ବଢିବା ସହିତ ଶରୀରକୁ ଶକ୍ତି ଯୋଗାଇଥାଏ ।

ଖଜୁରି ସହ କ୍ଷୀର – କ୍ଷୀର ସହିତ ଖଜୁରି ମିଶାଇ ଛୋଟ ଛୁଆଙ୍କୁ ଦେବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଶରୀରରେ ଆଇରନ, ମ୍ୟାଗ୍ନେଶିୟମ, ଫସଫରସର ଅଭାବକୁ ପୂରଣ କରିଥାଏ । ଏହି ତିନୋଟି ଭିଟାମିନର ମାତ୍ରା ଶରୀରରେ ବୃଦ୍ଧି ପାଇବା ଫଳରେ ଶିଶୁଙ୍କ ଶରୀର ସୁସ୍ଥ ରହିଥାଏ । ଏହାସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ହଳଦୀ ଏବଂ କ୍ଷୀର – କ୍ଷୀର ସହିତ ହଳଦୀ ମିଶାଇ ପିଇବାର ସୁଫଲ କତା କାହାକୁ ବା ଅଜଣା । ଏହାକୁ ପିଇବା ଫଳରେ ଶରୀରରେ ରୋଗ ପ୍ରତିରୋଦକ ଶକ୍ତି ବଢିବା ସହ ଥଣ୍ଡା କାଶରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ । ଏଥିସହ ଏହା ଶରୀରର ବିଷାକ୍ତ ବସ୍ତୁକୁ ବହାର କରିବାରେ ସାହାଯ୍ୟ କରିଥାଏ ।