ହ୍ୱାର୍ଟସଆପରେ ପ୍ରେମିକା ଆପଣଙ୍କୁ ବ୍ଲକ କରିଛନ୍ତି କି ! ମନଦୁଃଖ ନକରି,ଏପରି କରନ୍ତୁ ନିଜକୁ ଅନବ୍ଲକ୍

64

ସୋସିଆଲ ମିଡିଆ ଆଜିକାଲି ଦିନଚର୍ଚ୍ଚାର ଏକ ମହତ୍ୱପୂର୍ଣ୍ଣ ତଥା ଗୁରୁତ୍ୱପୁର୍ଣ୍ଣ ଅଙ୍ଗ । ଏବେ ଯୁୁଗରେ ଆମେ ସମସ୍ତଙ୍କ ସହ ଫେସବୁକ, ହ୍ୱାଟସଆ, ସ୍କାଇପି ଆଦି ଜରିଆରେ ଅତି ସୁବିଧାରେ ଯୋଡି ହୋଇଯାଉ । କିନ୍ତୁ ବେଳେବେଳ ଝଗଡା ଯୋଗୁଁ ପ୍ରେମିକା ହୁଅନ୍ତୁ ବା ସାଙ୍ଗ ହୁଅନ୍ତୁ ଆମକୁ ବ୍ଲକ କରିଦିଅନ୍ତି । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ପ୍ରେମିକା କିମ୍ବା ସାଙ୍ଗ ହ୍ୱାର୍ଟସଆପରେ ଆପଣଙ୍କୁ ଯଦି ବ୍ଲକ କରନ୍ତି, ତେବେ ନିଜକୁ କେମିତି ଅନବ୍ଲକ କରିବେ ।

ସର୍ବପ୍ରଥମେ ହ୍ୱାଟସଆପର ସେଟିଂକୁ ଯାଇ ଓ ନିଜର ଆକାଉଂଟକୁ ଡିଲିଟ କରନ୍ତୁ । ଚିନ୍ତା କରନ୍ତୁ ନାହିଁ ଏପରି କରିବା ଦ୍ୱାରା ଆପଣଙ୍କ କଣ୍ଟାକ୍ଟ ନମ୍ବର ଡିଲିଟ ହେବ ନାହିଁ । ହ୍ୱାଟଆପ ଆକାଉଂଟ ଡିଲିଟ କରିବା ପାଇଁ ଡିଲିଟ ମାଇ ଆକାଉଣ୍ଟରେ ନିଜର ହ୍ୱାର୍ଟସଆପ ନମ୍ବର ଦିଅନ୍ତୁ । ଏବେ ହ୍ୱାଟସଆପକୁ ମଧ୍ୟ ନିଜର ମୋବାଇଲରୁ ଅନଇନଷ୍ଟଲ କରିଦିଅନ୍ତୁ ।

ଏହାପରେ ମୋବାଇଲକୁ ରିଷ୍ଟାଟ କରି ପୁଣି ହ୍ୱାଟସଆପକୁ ପ୍ଲେଷ୍ଟୋରରୁ ଇନଷ୍ଟଲ କରନ୍ତୁ । ଏବଂ ପୁଣି ଆପକୁ ଯାଇ ମୋବାଇଲ ନମ୍ବର ଦିଅନ୍ତୁ । ଏବେ ଆପଣ ଦେଖିବେ ଆପଣଙ୍କ ନମ୍ବର ଅନବ୍ଲକ ହୋଇ ସାରିଥିବ । ଏହପରି ଭାବେ ଅତି ସହଜରେ ଆପଣ ନିଜ ନମ୍ବରକୁ ଅନବ୍ଲକ କରିପାରିବେ ।