ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର ! ପୋଲ ନାହିଁ, ସ୍କୁଲ ଯିବା ପାଇଁ ହଣ୍ଡାରେ ନଦୀ ପାରି ହେଉଛନ୍ତି କୁନି କୁନି ପିଲା

35

କନକ ବ୍ୟୁରୋ : ଅନେକ ଦିନ ହେବ ଦେଶରେ ଶିକ୍ଷାର ଅଧିକାର ଲାଗୁ ହୋଇସାରିଛି । ଆଉ ଏବେ ଶିକ୍ଷାର ମାନ ଓ ଗୁଣବତ୍ତା ସୁଧାରିବା ପାଇଁ ନିରନ୍ତର ଚେଷ୍ଟା କରାଯାଇଛି । କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର ସମସ୍ତେ ଏଥିପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି । କିନତୁ ଏବେ ବି କେଉଁଠି ନାଁ କେଉଁଠି କିଛି ଅବ୍ୟବସ୍ଥା ରହିଯାଉଛି । ଆସାମରୁ ଏପରି ଏକ ଚିତ୍ର ଆସିଛି, ଯାହା ଆମ ଶିକ୍ଷା ବ୍ୟବସ୍ଥା ଓ ସିଷ୍ଟମ ଉପରେ ଗଭୀରୀ ପ୍ରଶ୍ଚବାଚୀ ସୃଷ୍ଟି କରୁଛି । କେନ୍ଦ୍ର ସରକାର ବିକାଶ ପାଇଁ ପ୍ରତିବଦ୍ଧ ହେଲେ ମଧ୍ୟ ଆସାମର ଏହି ଫଟୋ ଶିକ୍ଷା ବ୍ୟବସ୍ଥା ଦୟନୀୟ ଚିତ୍ରକୁ ଦର୍ଶାଉଛି ।

ଆସାମ ରାଜ୍ୟର ବିଶ୍ୱନାଥ ଜିଲ୍ଲା ନାଦବରରେ ସ୍କୁଲ ଯିବା ଲାଗି ଜୀବନକୁ ବିପଦରେ ପକାଉଛନ୍ତି ଛାତ୍ରଛାତ୍ରୀ । ଏଠାରେ ସ୍କୁଲକୁ ଯିବା ଲାଗି ଛାତ୍ରଛାତ୍ରୀଙ୍କୁ ଆଲୁମିନିୟମ ହଣ୍ଡାରେ ନଦୀ ପାର ହେବାକୁ ପଡୁଛି । ପ୍ରତିଦିନ ସ୍କୁଲ ଯିବା ଲାଗି ପାଠପଢା ବ୍ୟାଗ୍ ସହ ଆଲୁମିନିୟମ ହଣ୍ଡା ନେବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ ।

ପିଲାମାନେ ଆଲୁମିନିୟମ ହଣ୍ଡାରେ ସ୍କୁଲ ଯାଉଛନ୍ତି । ହଣ୍ଡା ଭିତରେ ସ୍କୁଲ ବ୍ୟାଗ ଧରି ନିଜେ ପାଣିରେ ହାତ ମାରି ମାରି ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି । ଯଦି ନଦୀରେ ହଣ୍ଡା ଟିକିଏ ଏପଟ ସେପଟ ହେଲା ତାହାହେଲେ ପାଣି ଭିତରେ କିଛି ବି ଅଘଟଣ ଘଟିପାରେ । ଏଠାରେ କୌଣସି ପୋଲ ନାହିଁ । ପୂର୍ବରୁ କଦଳୀ ଗଛ ଭେଳାରେ ଛାତ୍ରଛାତ୍ରୀ ନଦୀ ପାର ହେଉଥିଲେ । ତେବେ ନାଦବରରେ କେବେ ହେବ ପୋଲ ଓ ରାସ୍ତା ସେ ନେଇ କାହା ପାଖରେ ଉତର ନାହିଁ । ଏହା ଆମ ଶିକ୍ଷା ବ୍ୟବସ୍ଥା ଓ ସିଷ୍ଟମ ପ୍ରତି ବଡ ପ୍ରଶ୍ନ ସୃଷ୍ଟି କରିଛି ।