ଖୋର୍ଦ୍ଧା ବେଗୁନିଆ ପିଚୁକୁଳିରେ ଗୁଳିକାଣ୍ଡ : ନୟାଗଡ ଯୋଗାଣ ଅଧିକାରୀ ଗୁରୁତର ଆହତ ହେବା ସହ ତାଙ୍କ ଭାଇ ମୃତ

22

ଖୋର୍ଦ୍ଧା : ଖୋର୍ଦ୍ଧା ବେଗୁନିଆ ପିଚୁକୁଳିରେ ଗୁଳିକାଣ୍ଡ । ଗୁଳିମାଡରେ ନୟାଗଡ ଯୋଗାଣ ଅଧିକାରୀ ଗୁରୁତର ଆହତ ହେବା ସହ ତାଙ୍କ ଭାଇ ମୃତ୍ୟୁ ବରଣ କରିଛନ୍ତି । ନିଜ ଭାଇ ସଂଜୟ ପଣ୍ଡାଙ୍କ ସହ ଯୋଗାଣ ଅଧିକାରୀ ରଚିତା ପଣ୍ଡା ଭୁବନେଶ୍ୱରରୁ ନୟାଗଡ ଯାଉଥିବା ବେଳେ ବିପରୀତ ଦିଗରୁ ବାଇକରେ ୩ ଜଣ ଦୁର୍ବୃତ ଆସି ଗୁଳିମାଡ କରିଛନ୍ତି ।

ଫଳରେ ଘଟଣାସ୍ଥଳରେ ସଂଜୟଙ୍କ ମୃତ୍ୟୁ ଘଟିଥିବା ବେଳେ ରଚିତା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ସ୍ୱାମୀଙ୍କ ସହ ମତାନ୍ତର ହେବାରୁ ଅଲଗା ରହୁଥିଲେ ରଚିତା । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ତାଙ୍କ ସ୍ୱାମୀ ସୁନିଲ ପରିଡା ଓ ଦିଅର ସୁଶିଲ ପରିଡା ଏହି କାଣ୍ଡ ଘଟାଇ ଥିବା ଅଭିଯୋଗ କରିଛନ୍ତି ରଚିତା । ଏନେଇ ପୋଲିସ ତନାଘନା ଆରମ୍ଭ କରିଛି ।