ସୁନା ଆଣିଲେ ସୁନା ପିଲା : ଭାରୋତ୍ତୋଳନରେ ବ୍ରହ୍ମପୁରର ମନୋଜ ସାହୁଙ୍କୁ ସ୍ୱର୍ଣ୍ଣପଦକ, ଖେଲୋ ଇଣ୍ଡିଆ ପ୍ରତିଯୋଗତିରେ ବସ୍ ଡ୍ରାଇଭରଙ୍କ ପୁଅ ଜିତିଲେ ଗୋଲ୍ଡ ମେଡ଼ାଲ

94

କନକ ବ୍ୟୁରୋ : ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଓଡିଶାର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି । ସପ୍ତମ ଦିନ ସୁଦ୍ଧା ଓଡିଶା ଖେଳାଳି ବିିଭିନ୍ନ କ୍ରୀଡାରେ ୫ଟି ପଦକ ହାସଲ କରିଥିବା ବେଳେ ଆଗକୁ ପଦକ ସଂଖ୍ୟା ବଢ଼ିବ ବୋଲି ଜଣାପଡିଛି । ତେବେ ସାବିତ୍ରୀବାଇ ଫୁଲେ, ପୁନେ ବିଶ୍ୱବିଦ୍ୟାଳୟ ପଦକ ତାଲିକାର ଶୀର୍ଷରେ ଥିବା ବେଳେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଦିତୀୟ ଏବଂ ଜୈନ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ଅଛନ୍ତି । ଏପଟେ ଭାରୋତ୍ତଳନରେ ବ୍ରହ୍ମପୁରର ମନୋଜ ସାହୁଙ୍କୁ ମିଳିଛି ସ୍ୱର୍ଣ୍ଣପଦକ ।

ଓଡିଶାରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ସପ୍ତମ ଦିନରେ ବିଭିନ୍ନ କ୍ରୀଡା ଆୟୋଜିତ ହୋଇଥିଲ। । ତେବେ ଆଜିର ପୁରୁଷ ଭାରୋତ୍ତୋଳନର ୭୩ କେଜି ବର୍ଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ମନୋଜ କୁମାର ସାହୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ସେହିଭଳି ଗତକାଲି ଏହି ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କରୁଥିବା ମହିଳା ଭାରୋତ୍ତୋଳନ କାରି ପ୍ରମିଳା କିର୍ସାନୀଙ୍କୁ ୫୫ କେଜି ବର୍ଗରେ ରୌପ୍ୟପଦକ ମଳିଥିଲା । କିଟ୍ ବିଶ୍ୱବିଦ୍ୟାଳକୁ ମଧ୍ୟ ତୀରନ୍ଦାଜରେ ଦଳଗତ ଭାବେ ୨ ଟି ପଦକ ମିଳିଥିବା ବେଳେ ଭାରୋତ୍ତୋଳନରେ ଗୋଟିଏ ପଦକ ମିଳିଛି ।

ତେବେ ସପ୍ତମ ଦିନରେ ରଗବି, ଫୁଟବଲ, ହକି, ଭାରୋତ୍ତୋଳନ, କବାଡି, ଜୁଡୋ ଏବଂ କୁସ୍ତି ଆଦି କ୍ରିଡା ଆୟୋଜିତ ହୋଇଥିଲା । ସହିଦନଗର ଇଣ୍ଡୋର ହଲରେ ଜୁଡୋର ଫାଇନାଲ ମ୍ୟାଚ ଅନୁଷ୍ଟିତ ହୋଇଥିବା ବେଳେ କିଟ କ୍ୟାମ୍ପସରେ ଅନ୍ୟାନ୍ୟ କ୍ରିଡା ଆୟୋଜିତ ହୋଇଥିଲା । ରଗବି ଉଭୟ ପୁରୁଷ ମହିଳା ବର୍ଗରେ କ୍ୱାଟର ଫାଇନାଲ ମ୍ୟାଚରେ କିଟ୍ ବିଶ୍ୱବିଦ୍ୟାଳୟ ସହିତ ପଂଜାବ ବିଶ୍ୱବିଦ୍ୟାଳୟ ଚଣ୍ଡିଗଡ ମଧ୍ୟରେ ଏବଂ ଅନ୍ୟଏକ ମ୍ୟାଚ ଶିବାଜୀ ବିଶ୍ୱବିଦ୍ୟାଳୟ ମହାରାଷ୍ଟ୍ର ସହିତ ଜାମୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ସେହିଭଳି ପୁରୁଷ କବାଡି କ୍ୱାଟର ମ୍ୟାଚ ଏମଡି ବିଶ୍ୱବିଦ୍ୟାଳୟ,ହରିଆନା ଏବଂ କୋଟା ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେହିଭଳି ମହିଳା କବାଡି ରେ ଏମ୍ଡି ବିଶ୍ୱବିଦ୍ୟାଳୟ ସହିତ କୋଲକତା ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଓଡିଶାରେ ସଫଳ ଭାବେ ଆୟୋଜିତ ହେଉଥିବା ବେଳେ ୧୭ ଟି ଇଭେଂଟରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ୪ ହଜାର କ୍ରିଡା ପ୍ରତିଭା ଯୋଗଦେଇଛନ୍ତି । ତେବେ ଏହି ପ୍ରତିିଯୋଗୀତା ସେମାନଙ୍କୁ ଜାତୀୟ ଏବଂ ବିଶ୍ୱସ୍ତରୀୟ କ୍ରୀଡାରେ ଯୋଗଦେବାପାଇଁ ପ୍ରୋତ୍ସାହନ ଦେଖାଇବ ।