ଚେକିଂ କରୁଥିବା ବେଳେ ଚଢିଗଲା ଗାଡି : କେନ୍ଦୁଝର ଆରଟିଓ ଅଫିସରଙ୍କ ଡ୍ରାଇଭରଙ୍କ ଉପରେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ଡ୍ରାଇଭର ମୃତ
କନକ ବ୍ୟୁରୋ : ଚେକିଂ ବେଳେ ଚଢିଗଲା ଟ୍ରକ । ଚେକିଂ ବେଳେ ଆରଟିଓ ଅଫିସରଙ୍କ ଡ୍ରାଇଭରଙ୍କ ଉପରେ ଚଢିଗଲା ଟ୍ରେକ । କେନ୍ଦୁଝରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ଆରଟିଓ ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ୧୪ ଚକିିଆ ଟ୍ରକ ଫେରାର ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି ସକାଳୁ ବାଇପାସରେ ଏମଭିଆଇଙ୍କ ସମେତ ଆରଟିଓ କର୍ମଚାରୀ ଗାଡି ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇ ଥିଲେ । ଆରଟିଓ ଗାଡିର ଡ୍ରାଇଭର ରାସ୍ତା ଉପରକୁ ଯାଇ ଟ୍ରକକୁ ହାତ ମାରିଥିବା ବେଳେ ଗାଡିଟି ନଅଟକାଇ ଡ୍ରାଇଭରଙ୍କ ଉପରେ ଚଢାଇ ଦ୍ରୁତ ଗତିରେ ପଳାଇଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ପୋଲିସକୁ କିଛି ଖବର ନଦେଇ ଅନ୍ୟ ଆରଟିଓ କର୍ମଚାରୀମାନେ ମୃତ ଡ୍ରାଇଭରଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଂଚି ଘଟଣାର ଛାନଭିନ କରିବା ଆରମ୍ଭ କଟିଥିବା ବେଳେ ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।