କେନ୍ଦୁଝର : ଯୋଡା ଉପ-ନଗରପାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

32

କନକ ବ୍ୟୁରୋ : ଉପ-ନଗରପାଳଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ । କେନ୍ଦୁଝର ଯୋଡା ଉପ-ନଗରପାଳଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ୧୦ ଜଣ କାଉନସିଲର ଉପ-ନଗରପାଳ ସୁରେନ୍ଦ୍ରନାଥ ଜେନାଙ୍କ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଯୋଡା ପୌରପାଳିକାରେ ଉନ୍ନ୍ୟୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥି । ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ଅଭିଯୋଗ କରାଯାଇଛି ।