କନକ ବ୍ୟୁରୋ : କେନ୍ଦୁଝର ଘଷିପୁରାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଏବଂ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ୍ । ସେମାନଙ୍କୁ ପଚରାଉଚରା କରୁଛି ପୋଲିସ୍ । କଂଗ୍ରେସ କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆକ୍ରମଣ ପଛରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅର ହାତ ଥିବା ନେଇ ଅଭିଯୋଗ କରିଛି କଂଗ୍ରେସ ।
କେନ୍ଦୁଝର ଏସପି ଜୟନାରାୟଣ ପଙ୍କଜ କହିଛନ୍ତି, ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଏପଟେ ଘଷିପୁରା ହିଂସା ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସର ଏକ ପ୍ରତିନିଧି ଦଳ । ଏହି ହିଂସାକାଣ୍ଡ ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଦୁଇ ପୁଅ ସଂପୃକ୍ତ ଥିବା ନେଇ କଂଗ୍ରେସ ସିଇଓଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/GHASIPUR.jpg)