କେନ୍ଦୁଝର : ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ମୃତ,ତୀର ମାଡ଼ରେ ପୁଅ ଝିଅ ଗୁରୁତର

22

କନକ ବ୍ୟୁରୋ : କେନ୍ଦୁଝରରେ ଡବଲ ମର୍ଡର । ନୟାକୋଟ ଥାନା ପାଟପାଣି ଗାଁରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଁର ଭାମିଆ ପ୍ରଧାନ ଓ ତାଙ୍କ ପତ୍ନୀ ଗାଙ୍ଗୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି । କେହି ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଭାମିଆ ପ୍ରଧାନଙ୍କ ପୁଅ ଓ ଝିଅ ଗୁରୁତର ଥିବା ଜଣାପଡିଛି  । ଉଭୟ ପୁଅ ଓ ଝିଅଙ୍କୁ ଧନୁତୀରରେ ଆକ୍ରମଣ କରାଯାଇଛି  । ପୁଅ ମଙ୍ଗଳ ପ୍ରଧାନର ଛାତିରେ ଓ ଝିଅ ସୁମିତ୍ରାଙ୍କ ମୁଣ୍ଡରେ ତୀର ବାଜିଛି  । ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି  । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦୁର୍ବୃତଙ୍କ ପତା ମିଳିନାହିଁ  ।