କାଳ ହେଲା ବେଳାଭୂମି ବୁଲା ! ପୁରୁଷ ବନ୍ଧୁଙ୍କ ସହ ସମୁଦ୍ର କୂଳରେ ଥିବାବେଳେ ଅସାମାଜିକ ଯୁବକଙ୍କ ଟଣାଓଟରା, ରାଜନଗରରେ କଲେଜ ଛାତ୍ରୀଙ୍କ ଭିଡିଓ ଭାଇରାଲ

48

କନକ ବ୍ୟୁରୋ : ମଣିଷ ଯେେତେ ଆଧୁନିକ ସମାଜ ଆଡକୁ ଗତି କରୁଛି, ଯେତେ ଶିକ୍ଷିତ ହେଉଛି ତାର ବ୍ୟବହାର ଓ ଆଚରଣରେ ପରିବର୍ତନ ଦେଖିବାକୁ ମିଳୁଛି । ନାରୀ ପ୍ରତି ସମ୍ମାନ ଦିନକୁ ଦିନ ହଜିବାରେ ଲାଗିଛି । ଏଭଳି ସଦ୍ୟ ଉଦାରହଣ ଆସିଛି କେନ୍ଦ୍ରପଡାର ରାଜନଗରରୁ । କେନ୍ଦ୍ରାପଡା ରାଜନଗରରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ ହୋଇଛି । ଏ ନେଇ ସଂପୃକ୍ତ ଝିଅ ଓ ବାପା ଥାନାରେ ଏତଲା ଦେଇଛନ୍ତି । ଏହି ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଖବର ଅନୁସାରେ, ରଜରେ ଜଣେ ନାବାଳିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ନିକଟସ୍ଥ ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ୫ରୁ ୬ ଜଣ ଅସାମାଜିକ ଯୁବକ ସେମାନଙ୍କୁ ଖରାପ ବ୍ୟବହାର କରିଥିଲେ । ଯୁବକଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ବାଳିକାର ଡ୍ରେସ ଚିରିଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ବି ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସଂପୃକ୍ତ ଛାତ୍ରୀଙ୍କୁ ଫୋନ ଯୋଗେ ଗାଳିଗୁଲଜ ମଧ୍ୟ କରିଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ରାଜନଗର ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

ସେପଟେ ମୟୁରଭଂଜ ଜିଲ୍ଲାରେ ଜଣେ ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି । ଗାଁପାଖ ମେଳାକୁ ବୁଲାଇ ନେବା କହି ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ମୟୁରଭଂଜ ଜିଲ୍ଲା ବେତନଟୀ ଥାନା ଗରୁଡବଶା ଗାଁରେ । ଗାଁର ଜାମିନିକାନ୍ତ ମହାନ୍ତ ସେହି ଗାଁର ଚତୁର୍ଥ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଗାଁ ପାଖରେ ଲାଗିଥିବା ମେଳାକୁ ବୁଲାଇବା ପାଇଁ ନେଇଥିଲା । ତେବେ ସଂଧ୍ୟା ହେଲା ପରେ ସମ୍ପୃକ୍ତ ଅଭିଯୁକ୍ତ ଫେରି ଆସିଥିଲେ ସୁଦ୍ଧା ନାବାଳିକାର କୌଣସି ପତା ମିଳିନଥିଲା । ଏନେଇ ଗାଁଲୋକେ ଅଭିଯୁକ୍ତକୁ ପଚରାଉଚରା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତର ପାଇନଥିଲେ । ଫଳରେ ଗାଁଲୋକେ ନିଜେ ଖୋଜାଖୋଜି କରିବା ପରେ ଆଜି ସକାଳୁ ଜଙ୍ଗଲରେ ନାବାଳିକାର ମୃତଦେହ ପାଇଥିଲେ । ତେବେ ପୁଲିସ ଠିକ୍ ସମୟରେ ନପହଂଚିଥିବା ନେଇ ଗାଁଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି ।