ଡଙ୍ଗାବୁଡି ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ! କହିଲେ, କ୍ଷମତାଠାରୁ ବୋଟରେ ଅଧିକ ଯାତ୍ରୀ ଥିବାରୁ ଘଟିଲା ଅଘଟଣ  

141

କନକ ବ୍ୟୁରୋ : ଗତକାଲି ସଂନ୍ଧ୍ୟାରେ ମହାକାଳପଡା  ମହାନଦୀରେ  ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା ।   ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ମହିଳା ଓ ୭ ଶିଶୁ  ରହିଛନ୍ତି । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ନୂଆ ବର୍ଷର ବଣଭୋଜି ସାରି କୁଜଙ୍ଗ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ କୁଜଙ୍ଗ ହସିଣା ଗାଁର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକ୍ ହୁକିଟୋଲାକୁ ଯାଇଥିଲେ । ଏମାନେ ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟ୍ରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । ଆଉ ଫେରିବା ବାଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଡଙ୍ଗାବୁଡି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥୀ ଶତପଥୀ  । ସେ କହିଛନ୍ତି କ୍ଷମତାଠାରୁ ଅଧିକ ଯାତ୍ରୀ ବୋଟରେ ଥିବାରୁ ଏଭଳି ଅଘଟଣ ଘଟିଛି । ଡଙ୍ଗାରୁ ଡେଇଁପଡିବାରୁ ଏଭଳି ଦୁର୍ଘଟଣା ଘଟିଛି । ତେବେ ଆଗକୁ କିଭଳି ଏଭଳି ଦୁର୍ଘଟଣା ନଘଟିବ ସେ ନେଇ ପଦକ୍ଷେପ ନିଆଯିବ ।

ଏପଟେ ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିିଛନ୍ତି । ସେହିପରି ଆହତମାନଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ଘୋଷଣା କରାଯାଇଛି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନିଖୋଜ ଯାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।