ପୁରୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ! ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ କେସିଆର୍

75

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ସପରିବାର ସହ ଶ୍ରୀମନ୍ଦିରରେ ପହଚିଂବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । କଡା ସୁରକ୍ଷା ମଧ୍ୟରେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । କେସିଆରଙ୍କ ସହ ଦୁଇ ଜଣ କୌଳିଆସିିକ ପଣ୍ଡା ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ପାଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିିଥଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପରେ ଟ୍ରାଇଡେଂଟ ହୋଟେଲରେ ରାତ୍ରି ଯାପନ କରିଥିଲେ ।

ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଭୁବନେଶ୍ୱରରେ ଏହି ସାକ୍ଷାତ ହୋଇଛି । ପାର୍ଲାମେଂଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସରଂକ୍ଷଣ ନେଇ ସରକାର ବିଧାନସଭାରେ ସଂକଳ୍ପ ପାସ କରିସାରିଛନ୍ତି । ଏ ନେଇ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଚିଠି ବି ଲେଖିଛନ୍ତି । ଏହାଛଡା ବିଜେଡିର ପ୍ରତିନିଧି ବିଭିନ୍ନ ରାଜ୍ୟ ଗସ୍ତ କରି ବିଭିନ୍ନ ଦଳର ପ୍ରତିନିଧିଙ୍କୁ ଭେଟୁଛନ୍ତି ଓ ଏ ନେଇ ସମର୍ଥନ ବି ଲୋଡୁଛନ୍ତି ।