କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର ରଜୌରୀରେ ତୁଷାରପାତ । ଧଳା ଚାଦର ତଳେ ଢ଼ାଙ୍କି ହୋଇ ରହିଛି ପାହାଡ଼ ପର୍ବତ । ବରଫପାତ ପାଇଁ ଯାତାୟତରେ ସମସ୍ୟା ଦେଖାଦେଇଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରଜୌରୀ ବାସିନ୍ଦା । ରାସ୍ତାଘାଟ, ଘରଦ୍ୱାରା, ଗଛପତ୍ରରେ ବରଫ ଆସ୍ତରଣ । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି । ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି ।
ତୁଷାରପାତ ଲାଗି ରହିଥିବାର ଲୋକଙ୍କୁ ଘରୁ ବାହାରିବା ଲୋକଙ୍କ ପାଖରେ ସମ୍ଭବ ହେଉନି । ବରଫ ପାତ ପାଇଁ ମୁଗଲ ରାସ୍ତା ଯାତାୟତ ମଧ୍ୟ ଠପ ହୋଇଯାଇଛି । ପିଡ଼ବ୍ଲ୍ୟୁଡ଼ି ପକ୍ଷରୁ ରାସ୍ତା ସଫା କରାଯାଇ ଗମନା ଗମନା ବ୍ୟବସ୍ଥା ସ୍ୱାଭାବିକ କରାଯାଉଛି । ସେପଟେ ଶ୍ରୀନଗରରେ ମଧ୍ୟ ଜାରି ରହିଛି ତୁଷାରପାତ । ତୁଷାରପାତ ପାଇଁ ବେଶ ଅସୁବିଧା ଭୋଗ କରୁଛନ୍ତି ସେଠାକାର ଲୋକ ।
ଅନ୍ୟପଟେ ବରଫପାତ ଯୋଗୁଁ କାଶ୍ମୀର ଘାଟିର ଅନେକ ଅଞ୍ଚଳ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି । ରାଜଧାନୀ ଶ୍ରୀନଗରର କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ ସବୁ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । କାଶ୍ମୀର ଘାଟିର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ଅନ୍ଧାରରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/SNOW-FALL_00028.png)