ଅପମାନର ପ୍ରତିଶୋଧ ନେବ କରଣୀ ସେନା ! ଭନସାଲୀଙ୍କ ମା’ଙ୍କ ଉପରେ ତିଆରି କରିବ ସିନେମା

49

ବହୁ ବାଦବିବାଦ ପରେ ରିଲିଜ ହେଲା ସିନେମା ପଦ୍ମାବତ୍ । ବିବାଦୀୟ ଫିଲ୍ମ ‘ପଦ୍ମାବତ’ କରଣୀ ସେନାର ବିରୋଧ ସତ୍ତେ୍ୱ ୨୫ ଜାନୁୟାରୀରେ ରିଲିଜ ହୋଇଛି । ଏବେ କିନ୍ତୁ ଏହି ବିବାଦକୁ ନେଇ ଏକ ନୂଆମୋଡ ଆସିଛି । ସଞ୍ଜୟ ଲୀଲା ଭନସାଲୀଙ୍କ ମା’ ଉପରେ ଏକ ସିନେମା ନିର୍ମାଣ କରାଯିବ ବୋଲି ରାଜପୁତ କରଣୀ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏହି ସିନେମାର ନାଁ ରହିବ ‘ଲୀଲା କି ଲୀଲା’ ।

padmabatଖବର ଅନୁସାରେ, ସିନେମାର ନିର୍ଦ୍ଦେଶନା ଦେବେ ଅରବିନ୍ଦ ବ୍ୟାସ । କରଣୀ ସେନାର ଅଧ୍ୟକ୍ଷ ଗୋବିନ୍ଦ ସିଂହ ଖଙ୍ଗରତ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଭନସାଲୀଙ୍କ ମା’ ଉପରେ ସିନେମା ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ୧୫ ଦିନ ଭିତରେ ଶୁଭ ମୂହୁର୍ତ୍ତ ଦେଖି ଏହି ସିନେମା କାମ ଆରମ୍ଭ କରାଯିବ । ଏହି ସିନେମାକୁ ଦେଖିଲା ପରେ ଭନସାଲୀ ଖୁସି ଅନୁଭବ କରିବେ ବୋଲି କହିଛନ୍ତି କରଣୀ ସେନାର ଅଧ୍ୟକ୍ଷ ଗୋବିନ୍ଦ ସିଂହ କହିଛନ୍ତି ।

କରଣୀ ସେନାର ବ୍ୟାପକ ବିରୋଧ ଓ ହିଂସାକୁନଜରରେ ରଖି ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ ଓ ବିହାରର କୌଣସି ବି ସିନେମା ହଲରେ ସିନେମାକୁ ରିଲିଜ କରାଯାଇନାହିଁ । ସିନେମାକୁ ତିନୋଟି ଭାଷାରେ ୪୦୦୦ ସିନେମା ଘରରେ ରିଲିଜ କରାଯାଇଛି । ସିନେମାର ରିଲିଜକୁ ନେଇ ପୂର୍ବରୁ ଦୀପିକା ଓ ଭନସାଲୀଙ୍କ ମୁଣ୍ଡ କାଟିଦେବା ପାଇଁ ଧମକୀ ମଧ୍ୟ ଦିଆଯାଇଥିଲା । ଏହି ସିନେମାରେ ରଣବୀର ସିଂହ, ଦୀପିକା ପାଦୁକୋନ ଓ ସାହିଦ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ବଜେଟ ୧୮୦ କୋଟି । ଏତେ ବାଦବିବାଦ ପରେ ବି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଛି ବୋଲି ଶୁଣାଯାଉଛି ।