ପଦ୍ମାବତୀରୁ ହେଲା ପଦ୍ମାବତ୍ ! ତଥାପି କମୁନି ବିବାଦ, ଉଗ୍ର ହେଉଛି କରଣୀ ସେନାର ବିରୋଧ

62

ପଦ୍ମାବତୀ ନାଁ ପରିବର୍ତ୍ତନ ହୋଇ ପଦ୍ମାବତ୍ ହେଲା, ଅନେକ ସିନ୍ କାଟ୍ ଛାଂଟ୍ ହେଲା । ହେଲେ ଥମୁନାହିଁ ଏହି ଚିଳଚ୍ଚିତ୍ରକୁ ନେଇ ବିବାଦ । କରଣୀ ସେନାର ବିରୋଧ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗୁଜରାଟ ଅହମଦାବାଦର ହିମାଲୟାନ ମଲରେ ନିଆଁ ଲଗାଇ ଦେଇଛନ୍ତି ଉଗ୍ର ବିରୋଧ ପ୍ରଦର୍ଶନକାରୀ । ଏଥିରେ ମଲ ସମେତ ନିକଟରେ ଥିବା ଅନେକ ଦୋକାନ ଓ ବହୁ ସଂଖ୍ୟାରେ ଗାଡି ଜଳିଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ କରଣୀ ସେନାର ସଦସ୍ୟମାନେ ପ୍ରାୟ ୨ଘଂଟା ଧରି ମଲରେ ଲଙ୍କାକାଣ୍ଡ ଭିଆଇ ଥିଲେ ।

padmabatବିରୋଧ ପ୍ରଦର୍ଶନରେ ପ୍ରାୟ ୨ହଜାରରୁ ଉର୍ଦ୍ଧ ଲୋକ ସାମିଲ ଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫଲସ୍ ଫାୟାରିଙ୍ଗ ମଧ୍ୟ କରିବାକୁ ପଡିଥିଲା । ସେହିପରି ଅହମଦାବାଦର ଥଲତେଜ୍ ଅଂଚଳର ଏକ୍ରୋ ପୋଲିସ୍ ମଲ୍ରେ ପଥରମାଡ କରିଛନ୍ତି ବିରୋଧ ପ୍ରଦର୍ଶନକାରୀ । ଉତ୍ତରପ୍ରଦେଶର କାନପୁରର ସର୍ବୋଦୟ ନଗରସ୍ଥିତ ଏକ ମଲ୍ଟିପ୍ଲେକ୍ସ ମଲ୍ରେ ବିରୋଧ ପ୍ରଦର୍ଶନ କରିଛନ୍ତି କରଣୀ ସେନା ସଦସ୍ୟ । ତେବେ ଆସନ୍ତାକାଲି ଫିଲ୍ମ ‘ପଦ୍ମାବତ’ ସାରା ଦେଶରେ ରିଲିଜ୍ ହେବ ।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା । ମାତ୍ର ଏହା ଐତିହାସିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ରଣବୀର ସିଂହ, ଦୀପିକା ପାଦୁକୋନ ଏବଂ ସାହିଦ କପୁରଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ଅନେକ ଦିନ ହେବ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଥିଲେ ବି ବାସ୍ତବରେ କେବେ ରିଲିଜ ହେଉଛି ତାହା ଏଯାଏ ସ୍ପଷ୍ଟ ହୋଇନି ।