ବିଗତ କିଛି ଦିନ ହେବ କରଣ ଜୋହରଙ୍କ ବହି ‘ଆନ ଅନସୁଇଟେବୁଲ ବୟ’କୁ ନେଇ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ବହିରେ ସେ ତାଙ୍କ ଜୀବନ ସହ ଯୋଡି ହୋଇଥିବା ଅନେକ ଅଜଣା କଥାର ଖୁଲାସା କରିଛନ୍ତି ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏହି ବହିରେ ସିନେ ଜଗତର ତାଙ୍କର ସବୁଠାରୁ ପ୍ରିୟ ବନ୍ଧୁ କାଜୋଲଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । କରଣ ଉକ୍ତ ବହିରେ ସୂଚାଇଛନ୍ତି, ସେ ଆଉ କାଜୋଲ ଆଗପରି ଭଲ ସାଙ୍ଗ ନାହାନ୍ତି ।
ଏହାର କାରଣ କାଜୋଲଙ୍କ ସ୍ୱାମୀ ଅଜୟ ଦେବଗନ ବୋଲି ପ୍ରକାଶ କରିଛନ୍ତି କରଣ । କିନ୍ତୁ ବହିରେ ଉଭୟଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟର କାରଣ କହି ନାହାନ୍ତି ସେ । କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଏହି କଥାର ଖୁଲାସା କରିଛନ୍ତି କରଣ । କରଣ କହିଛନ୍ତି ଅଜୟଙ୍କ ସିନେମା ‘ଶିବାୟ’ ରିଲିଜ ହେବାର କିଛି ଦିନ ପୂର୍ବରୁ ଅଜୟ ଦେବଗନ ତାଙ୍କୁ ଫୋନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
କରଣଙ୍କ କହିବା ଅନୁସାରେ ଅଜୟଙ୍କ ରାଗର କାରଣ ହେଲେ କାଜୋଲ । କରଣଙ୍କ ପାର୍ଟିରେ କାଜୋଲଙ୍କର ବହୁତ ମଜାକ ଉଡିଥିଲା ବୋଲି ଅଜୟକୁ କେହି ଜଣେ କହିଥିଲେ । ଏକଥା ଶୁଣି ଅଜୟ ରାଗି ଯାଇ ଏପରି ବ୍ୟବହାର କରିଥିଲେ । କରଣଙ୍କ ମତରେ ଅଜୟ ଏପରି ଉଡାକଥାରେ ବିଶ୍ୱାସ କରିବା କଥା ନୁହଁ । ସାକ୍ଷାତକାରରେ କରଣ ଏସବୁ କହିଲାବେଳେ ବହୁତ ଭାବୁୁକ ହୋଇ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/xx-1.jpg)