ମରିଗଲାଣି ମାନବିକତା ! ଦୁର୍ଘଟଣାରେ ଛଟପଟ ହେଉଥିଲେ ଇଞ୍ଜିନିୟର, ଆଉ ଫଟୋ ଉଠାଉଥିଲେ ଲୋକେ

31

ସତରେ କ’ଣ ମରିଗଲାଣି ମାନବିକତା । ବିଜ୍ଞାନ ଯେତିକି ଆଗଉଛି, ଲୋକେ ସେତେ ଅସହିଷ୍ଣୁ ହେଉଛନ୍ତି । କେହି ବିପଦରେ ପଡ଼ିଲେ ତା’କୁ ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ତେ ଘଟଣାର ଫାଇଦା ଉଠାଉଛନ୍ତି । ଆଜିକା ତାରିଖରେ ବିଜ୍ଞାନ ଏତେ ଶୀର୍ଷରେ ପହଞ୍ଚିଗଲାଣି ଯେ ଛୋଟ ଠାରୁ ବଡ଼ ସମସ୍ତଙ୍କ ହାତରେ ବିଳାସପୂର୍ଣ୍ଣ ଗ୍ୟାଜେଟ୍ । କିନ୍ତୁ ବିଜ୍ଞାନର ଏହି ଆଶିର୍ବାଦକୁ ଆମେ ଉଚିତ ଦିଗରେ ନଲଗାଇ ତା’ର କୁବ୍ୟହାର କରୁଛନ୍ତି ।

ପୂର୍ବରୁ ନାଥିଲା ଏତେ ସୁବିଧା, ନାଥିଲା ଆଧୁନିକତା କିନ୍ତୁ ମଣିଷ ମନରେ ଥିଲା ମଣିଷପଣିଆ, ଯାହା ଏବେ ହଜିଯିବାକୁ ବସିଲାଣି । ନିକଟରେ ଏକ ହୃଦୟବିଦାରକ ଘଟଣା ଘଟିଛି ପୁନେର ଇନ୍ଦ୍ରୟାନିନଗରରେ ।ଦୁର୍ଘଟଣାଗ୍ରସ୍ତ ହୋଇ ଛଟପଟ ହେଉଥିଲେ ଜଣେ ସପ୍ଟୱେର ଇଞ୍ଜିନିୟର ଆଉ ଲୋକେ ତାଙ୍କୁ ମେଡ଼ିକାଲ ନେବା ପରିବର୍ତ୍ତେ ଫୋନରେ ଫଟୋ ଉଠାଉଥିଲେ । ଆଛ କିଛି ଲୋକ ଦୁର୍ଘଟଣାର ଭିଡ଼ିଓ ତିଆରି କରୁଥିଲେ । ଠିକ ସମୟରେ ମେଡ଼ିକାଲ ନନେବାରୁ ଉକ୍ତ ଇଞ୍ଜିନିୟର ଜଣକ ମୃତ୍ୟୁ ବରଣ କରିଥିଲେ ।

ସେହି ରାସ୍ତା ଦେଇ ଯାଉଥିବା ଜଣେ ଦନ୍ତଚିକିତ୍ସକ କିର୍ତ୍ତୀରାଜ କାଟେ ଦୁର୍ଘଟଣାରେ ଛଟପଟ ହେଉଥିବା ଇଞ୍ଜିନିୟରଙ୍କୁ ଦେଖି ଅଟକି ଥିଲେ ଓ ସେ ତାଙ୍କୁ ମେଡ଼ିକାଲ ନେଇକି ଯାଇଥିଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । କିର୍ତ୍ତୀରାଜ କହିଛନ୍ତି ବୁଧବାର ଦିନ ପ୍ରାୟ ୬.୩୦ରେ ଇନ୍ଦ୍ରୟାନିନଗରରେ ପ୍ରବଳ ଭିଡ଼ ଦେଖିବା ପାଇଁ ମଳିଥିଲା । ମୁଁ ସେଠାକୁ ଯାଇ ଦେଖିଲା ବେଳକୁ ଉକ୍ତ ଇଞ୍ଜିନିୟର ଜଣକ ଦୁର୍ଘଟଣାରେ ଛଟପଟ ହେଉଛନ୍ତିି । ଆଉ ଲୋକମାନେ ତାଙ୍କର ଭିଡ଼ିଓ ତିଆରି କରୁଥିବା ସେ କହିଛନ୍ତି ।