କନକ ବ୍ୟୁରୋ : କଳାହାଣ୍ଡି ବେଦାନ୍ତରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସିକ୍ୟୁରିଟି ଗାର୍ଡଙ୍କ ମାଡରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ରେଂଗୋପାଲି ଗାଁର ବିସ୍ଥାପିତ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ ବେଦାନ୍ତ ମୁଖ୍ୟ ଫାଟକ ଆଗରେ ହରତାଳ କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ ।
ଆନ୍ଦୋଳନକାରୀମାନେ ଧସେଇ ପଶିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁରକ୍ଷା କର୍ମୀଙ୍କ ମାଡରେ ଦାନୀ ବାତ୍ରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପଂହଚିଥିଲେ ବି ଉତେଜନା ଜାରି ରହିଛି । ଘଟଣାରେ ଅନେକ ସାଧାରଣ ଲୋକ ବି ଆହତ ହୋଇଛିନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Screen-shot-2019-03-18-at-12.32.52-PM-300x166.png)