ରୋଗରୁ ରକ୍ଷା ପାଇଁ ନିୟମିତ ଦୌଡି ମହିଳା ବନିଗଲେ ଜାତୀୟ ଖେଳାଳି ! ଆଗକୁ ଚୀନରେ ଭାରତକୁ କରିବେ ପ୍ରତିନିଧିତ୍ୱ

50

ବାରାଣାସୀ ଜିଲ୍ଲାର ବାଦଶାହା ବାଗର ରହୁଥିବା ଡାକ୍ତର ଜ୍ୟୋତିମାଙ୍କ ଘରକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ । ଗ୍ରାମାଞ୍ଚଳ ମହାବିଦ୍ୟାଳୟରେ ଇତିିହାସର ଶିକ୍ଷୟତ୍ରୀ ଥିବା ଜ୍ୟୋତିମାଙ୍କ ପ୍ରଶଂସାରେ ଶତମୁଖ ସମସ୍ତ ଅଞ୍ଚଳବାସୀ । ଜ୍ୟୋତିମା ଜଣେ ବୋହୂ, ମା’ ପରେ ଏନେ ବନିଛନ୍ତି ଜାତୀୟ ଖେଳାଳ । ୨୦୧୭ରେ ଚୀନରେ ହେବାକୁ ଥିବା ‘ମାଷ୍ଟର ଆଥଲେଟିକ ଚାମ୍ପିଅନସିପ’ ପାଇଁ ସେ ମନୋନୀତ ହୋଇଛନ୍ତି ।

ସବୁଠାରୁ ମଜାଦାର କଥା ହେଲା ସେ ଯେଉଁ ଅବସ୍ଥାରେ ଜାତୀୟ ଖେଳାଳି ହୋଇଛନ୍ତି,ତାହା ବେଶୀ ଆଶ୍ଚର୍ଯ୍ୟକର । ୨୦୧୫-୧୬ରେ ଜଣାପଡିଲା ଜ୍ୟୋତିମା କୋଲେଷ୍ଟରେଲ ରୋଗରେ ପୀଡିତ । ଜ୍ୟୋତିମାଙ୍କ ରୋଗ କଥା ଶୁଣି ତାଙ୍କ ସ୍ୱାମୀ ବହୁତ ଚିନ୍ତିତ ହୋଇ ଯାଇଥିଲେ । ଡାକ୍ତର କହିଥିଲେ ଠିକ ସମୟରେ ତାଙ୍କର କୋଲେଷ୍ଟରେଲ କମ ନହେଲେ ଭବିଷ୍ୟତରେ ତାହା ବହୁତ ଅସୁବିଧା ଆଣିପାରେ ।

ଏଥିପାଇଁ ଜ୍ୟୋତିମା ଔଷଧ ଖାଇବା ସହ ସବୁଦିନ ଦୌଡିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଏସବୁ ଶୁଣି ତାଙ୍କ ସ୍ୱାମୀ ଦିନେ ଜ୍ୟୋତିମାଙ୍କୁ ଟ୍ରାକ ସୁଟ ଆଣିକି ଦେଲେ । ତା’ପଠାରୁ ରୋଗରୁ ରକ୍ଷା ପାଇବା ପାଇଁ ଦୌଡିବା ଆରମ୍ଭ କରିଥିଲେ ଜ୍ୟୋତିମା । ପାଖାପାଖି ୬ ମାସ ଏପରି ଦୌଡିବା ଅଭ୍ୟାସ କରିବା ପରେ ସେ ବହୁତ ଜୋରରେ ଦୌଡିବା ଆରମ୍ଭ କରିଥିଲେ ।

ଏହାପରେ ସେ ଅନେକ ପ୍ରତିଯୋଗୀତାରେ ଭାଗ ନେଲେ । ୧୭ ଫେବୃୟାରୀରେ ହୈରାଦାବାଦରେ ଜାତୀୟ ସ୍ତରରେ ଖେଳିବା ପାଇଁ ଜ୍ୟୋତିମାଙ୍କୁ ସୁଯୋଗ ମିଳିଥିିଲା, ଯେଉଁଠି ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏପରି ସଫଳତାରେ ଜ୍ୟୋତିମା ବହୁତ ଖୁସି ହୋଇ ଯାଇଥିଲେ । ତା’ପରେ ତାଙ୍କ ଖୁସ ଦୁଇଗୁଣିତ ହୋଇଗଲା ଯେତେବେଳେ ତଙ୍କୁୁ ଭାରତ ତରଫରୁ ଚୀନରେ ଖେଳିବା ପାଇଁ ମନୋନୀତ କରାଗଲା । ଏବେ ସେ ଏହି ପ୍ରତିଯୋଗୀତା ଜିତିବା ପାଇଁ କଡା ପରିଶ୍ରମ କରୁଥିବାର ଦେଖାଯାଉଛି ବୋଲି ସୂଚନା ମିଳିଛି ।

                                                          ସୌଜନ୍ୟ-ଇନେକଷ୍ଟ ଲାଇଭ