ଜମ୍ମୁ-କଶ୍ମୀର : ପୁଂଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଜଣେ ଆତଙ୍କବାଦୀ ମୃତ

21

କନକ ବ୍ୟୁରୋ : ଜମ୍ମୁ କଶ୍ମୀର ପୁଂଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସେନା ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଗୁଇନ୍ଦା ସୂଚନା ଅନୁଯାୟୀ ନିୟନ୍ତ୍ରଣ ରେଖାରେ ୧୫୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ପ୍ରସ୍ତୁତ ରହିଛନ୍ତି । ଯେଉଁଥିପାଇଁ ଏଲଓସି ଉପରେ କଡା ନଜର ରଖିଛି ଭାରତୀୟ ସେନା । ସେପଟେ ଜମ୍ମୁକଶ୍ମୀର କେରନ୍ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନୀ ସେନା ।

ପାକ୍ ସେନାର ଗୁଳିମାଡରେ ଜଣେ ଭାରତୀୟଙ୍କ ମୃତ୍ୟୁ ଓ ଜଣେ ଆହତ ହୋଇଛନ୍ତି । କଶ୍ମୀରରେ ସେନାକୁ ପଥରମାଡ କରୁଥିବା ଘଟଣାରେ ସେନାମୁଖ୍ୟଙ୍କ କଡା ଆଭିମୁଖ୍ୟ । ଯବାନଙ୍କ ଉପରେ ପଥର ଓ ପେଟ୍ରୋଲ ବୋମା ମାଡ ହେଉଥିବା ବେଳେ ଚୁପଚାପ୍ ସେମାନଙ୍କୁ ମରିବାକୁ କହିପାରିବିନି ବୋଲି କହିଛନ୍ତି ସେନାମୁଖ୍ୟ ଜେନରାଲ ବିପିନ ରାୱତ । କଶ୍ମୀରରେ ଚାଲୁଥିବା ଡାର୍ଟି ୱାରର ମୁକାବିଲା ପାଇଁ ନୂଆ ନୂଆ ଉପାୟ ଖୋଜିବାକୁ ପଡିବ ବୋଲି କହିଛନ୍ତି ଜେନରାଲ ରାୱତ ।