୧୫ ଅପ୍ରେଲ ଯାଏଁ ଜାରି ରହିବ ଜିଓର ପ୍ରାଇମ୍ ସବସ୍କ୍ରିପସନ ! କିିନ୍ତୁ ମିଳିବ ନାହିଁ ସମର ସରପ୍ରାଇଜ ଅଫର

27

ରିଲାଏନ୍ସ ଜିଓ ସମର ସରପ୍ରାଇଜ ଅଫରକୁ ଫେରେଇ ନେବା ପାଇଁ ଘୋଷଣା କରିଛି । ଏହି ନିଷ୍ପତି ପଛର କାରଣ ଜିଓର ଏହି ଅଫର ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧୀକରଣ(ଟ୍ରାଇ)ର ନିୟମକୁ ବିରୋଧ କରୁଛି । ଟ୍ରାଇର ଚେୟାରମ୍ୟାନ ଆର ଏସ ଶର୍ମା କହିଛନ୍ତି ଟ୍ରାଇ ଜିଓର ସେବାକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଟ୍ରାଇର ଚେୟାରମ୍ୟାନଙ୍କ କହିବା ଅନୁସାରେ ଆମେ ଏହି ଅଫରକୁ ଯାଞ୍ଚ କରିବା ପରେ ଜାଣିବା ପାଇଁ ପାଇଲୁ କି ଏହା ନିୟମ ବିରୋଧରେ ଯାଉଛି ତେଣୁ ଏହି ମାଗଣା ସେବା ଉପରେ ଆମେ ରୋକ ଲଗାଇଛୁ ।

ଟ୍ରାଇର ଆଦେଶ ପରେ ଜିଓ ସମର ସରପ୍ରାଇଜ ଅଫରକୁ ଫେରାଇ ନେବା ପାଇଁ ଘୋଷଣା କରିଛି । କିନ୍ତୁ ପ୍ରାୟ ଗ୍ରାହକ ପ୍ରାଇମ ସେବା ପାଇଁ ସବସ୍କ୍ରାଇବ କରାଇ ନେଇଛନ୍ତି ଯାହା ସମର ସରପ୍ରାଇଜର ଏକ ଅଂଶ । ଜିଓ ଟ୍ରାଇର ଆଦେଶ ପରେ ସୂଚନା ଦେଇଛି କି ଜିଓ ଟ୍ରାଇର ଆଦେଶକୁ ମାନି ଏହାକୁ ଲାଗୁ କରିବ । କିଛି ଦିନମଧ୍ୟରେ ୩ ମାସ ପାଇଁ ଦେଇଥିବା କମ୍ପିମେଣ୍ଟା ରୀ ସେବାକୁ ଜିଓ ଫେରାଇ ନେବ ବୋଲି ଘୋଷଣା କରିଛି । ଇକୋନୋମିକ୍ସ ଟାଇମ୍ସ ଅନୁସାରେ କମ୍ପାନୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସମର ସରପ୍ରାଇଜ ଅଫରର ପଞ୍ଚିକରଣ ବନ୍ଦ କରିଦେବ ।

କିନ୍ତୁ ଅନେକ ଗ୍ରାହକ ଦାବି କରୁଛନ୍ତି କି ଏବେ ବି ରିଚାର୍ଜ କରିଲେ ସମର ସରପ୍ରାଇଜ ଅପଫ ମିଳିବ ବୋଲି ସେମାନଙ୍କ ପାଖକୁ ମେସେଜ ଆସୁଛି । ଏହାସହ କମ୍ପାନୀ ଏକଥା ମ୍ୟଧ ସ୍ପଷ୍ଟ କରିଛି ଯେ ଯେଉଁ ଗ୍ରାହକମାନେ ପୂର୍ବରୁ ସମର ସରପ୍ରାଇଜ ଅପର ଓ ପ୍ରାଇମ ଉପଭୋକ୍ତା ହେବା ପାଇଁ ଟଙ୍କା ଦେଇଛନ୍ତି ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ଏହି ମାଗଣା ସେବା ମିଳିବ । ଏହା ବ୍ୟତୀତ କମ୍ପାନୀ ନିଜ ୱେସାଇଟରେ ସ୍ୱଷ୍ଟ ଭାବରେ ଲେଖିଛି ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସମର ସରପ୍ରାଇଜ ଅଫର ଦିଆଯିବ ।

ସମର ସରପ୍ରାଇଜର ଶେଷ ତାରିଖ ହେଲା ୧୫ ଅପ୍ରେଲ, ଆଉ ବାକି ରହିଲା ମାତ୍ର ୭ ଦିନ । ଏବେ କମ୍ପାନି ଏହି ଅଫରକୁ କିଛି ଦିନ ପାଇଁ ଜାରି ରଖିବା ବୋଲି ସୂଚନା ଦେଇଛି । ସମ୍ଭବତଃ ୧୦ ଅପ୍ରେଲ ପର୍ଯ୍ୟନ୍ତ ସବସ୍କ୍ରିପସନ ଜାରି ରହିବ । ଟ୍ରାଇର ଏହି ଆଦେଶରେ ଜିଓକୁ କୌଣସି କ୍ଷନି ନୁହଁ ବରଂ ଫାଇଦା ହୋଇଛି । କାରଣ ଲୋକ ଏପରି ଘୋଷଣା ପରେ ଶୀଘ୍ର ପ୍ରାଇମ ଅଫରର ସବସ୍କ୍ରିପସନ କରିନେବେ ।

କାରଣ ଏବେ ସ୍ପଷ୍ଟ ଜଣାପଡୁଛି କିି ଗ୍ରାହକମାନଙ୍କୁ ଆଉ ସମର ସରପ୍ରାଇଜ ଅଫର ମିଳିବ ନାହିଁ । ଏଥିପାଇଁ ସେମାନେ ଜିଓର ପ୍ରାଇମ ସେବାର ଲାଭ ଉଠାଇବାକୁ ଚାହିଁବେ । ଟ୍ରାଇର ଆଦେଶ ପରେ ଗ୍ରାହକମାନେ ପ୍ରାଇମ ସେବାରର ଲାଭ ଉଠାଇ ପାରିବେ । ଏହାର ଶେଷ ତାରିଖ ଏବେ ମଧ୍ୟ ୧୫ ଅପ୍ରେଲ ରହିଛି । ଏଥିରେ ସମର ସରପ୍ରାିଜ ଅଫର ପରି ତିନି ମାସ ପର୍ଯ୍ୟନ୍ତ ମାଗଣା ଡାଟା ନମିଳିଲେ ମଧ୍ୟ ଶସ୍ତା ଡାଟା ମିଳବ । ୩୦୩ ଟଙ୍କାରେ ପ୍ରତିଦିନ ୧ ଜିବି ୪ ଜି ଡାଟା ମଳିବ ।