ପରିଚୟ ଖୋଜୁଛି କୋରାପୁଟର ଐତିହାସିକ ସାଗର ଦମୟନ୍ତୀ ! ଶୋଷ ମେଂଟାଉଥିବା ସାଗର ଆଜି ଶୋଷିଲା

73

କନକ ବ୍ୟୁରୋ : ସୀମାନ୍ତର ଲାଇଫ ଲାଇନକୁ ପ୍ରଶାସନର ଅଣଦେଖା । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁରରୁ । ସହରକୁ ପରିଚୟ ଦେଇଥିବା ଦମୟନ୍ତୀ ଆଜି ଖୋଜୁଛି ନିଜ ପରିଚୟ । ଗ୍ରାମାଂଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ଜଳ, ଜମି ଓ ମୌଳିକ ସୁବିଧା ପ୍ରତି ସରକାର ଦୃଷ୍ଟି ଦେଉଛନ୍ତି । ହେଲେ ରାଜ ରାଜୋଡ଼ା ଅମଳରୁ ସହରକୁ ପାଣି ଯୋଗାଉଥିବା ଦମୟନ୍ତୀ ସହର ଆଜି ନିଶ୍ଚିନ୍ ହୋଇଯିବାକୁ ବସିଛି ।

୮୦ ଏକର ପରିଧି ଏହି ସାଗର ଉପରେ ନିର୍ଭର କରନ୍ତି ମତ୍ସ୍ୟଜୀବୀ ଓ ଚାଷୀ ଶ୍ରେଣୀର ଲୋକେ । ସାଗରର ପାଣିରେ ପୁରା ସହର ବଂଚୁଥିଲା । ହେଲେ ଏବେ ଏହି ସାଗର ନାଳ ନର୍ଦ୍ଦମାର ଅଳିଆ ଆବର୍ଜନାରେ ପୋତି ହୋଇ ଗଲାଣି । କୋରାପୁଟ ଜିଲ୍ଳା କୋଟପାଡ଼ ବ୍ଳକର ଲାଇଫ ଲାଇନ କୁହାଯାଉଥିବା ଦମୟନ୍ତୀ ସାଗରର ପୁନଃଉର୍ଦ୍ଦାର ପାଇଁ ପ୍ରସାଶନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଐତିହାସିକ ସାଗର ହେଉଛି ଦମୟନ୍ତି ସାଗର । ଏହାର ପୁନଃଉର୍ଦ୍ଧାର ପାଇଁ ଅନେକ ଥର ବିଧାନସଭାରେ ପ୍ରଶ୍ନ ଉଠିଛି । ତଥାପି ଜଳସମ୍ପଦ ବିଭାଗର ନିଦ ଭାଙ୍ଗୁନଥିବା କହିଛନ୍ତି କୋଟପାଡ ବିଧାୟକ । ସେପଟେ ପୌର ପରିଷଦର ଅଧିନରେ ଥିବା ଏହି ସାଗରର ଦୁରାବସ୍ଥା ନେଇ ପୌର ପରିଷଦ ପାଖରେ ଖବର ନାହିଁ ।