ନାଗ ଉପରେ ବାବା, ପଦ୍ମ ଉପରେ ମାତା ! ଜୟପୁରରେ ଆତ୍ମଘୋଷିତ ବାବା-ମାତା, ସ୍ୱପ୍ନାଦେଶ ପାଇ ସମସ୍ୟା ଦୂର କରନ୍ତି ବାବା

320

କନକ ବ୍ୟୁରୋ : ପଦ୍ମ ଫୁଲ ଉପରେ ବିରାଜିଛନ୍ତି ମାତା ଆଉ ଶେଷ ନାଗ ଉପରେ ବାବା । ଜୟପୁରରେ ଆୟୋଜିତ କଳକୀ ମହାଯଜ୍ଞରେ ଦେଖିବାକୁ ମିଳିଛି ବାବାଙ୍କ ଭିନ୍ନ ରୂପ । ପୁଣି ସାମ୍ନାକୁ ଆସିଛନ୍ତି ଆତ୍ମଘୋଷିତ ବାବା ଓ ମାତା । ଆତ୍ମଘୋଷିତ ବାବା ହେଉଛନ୍ତି ଅନନ୍ତ କେଶରୀ ସମ୍ରାଟ ବିଶ୍ୱ ସୃଷ୍ଟିକର୍ତା । ଆଉ ମାତା ହେଉଛନ୍ତି, ମାତା ମହେଶ୍ୱରୀ । ଯିଏ, ସ୍ୱପ୍ନାଦେଶ ବଳରେ ଲୋକଙ୍କ ସମସ୍ୟା ଦୂର କରୁଛନ୍ତି । ତେବେ ବିବାଦୀୟ କଥା ହେଉଛି, ବାବା ଆଲିଙ୍ଗନ କରି ଭୂତ ପ୍ରେତ ଛଡାନ୍ତି । ସମସ୍ୟା ଦୂର କରିବା ପାଇଁ ଧ୍ୟାନରେ ବସନ୍ତି ଏବଂ ସ୍ୱପ୍ନାଦେଶ ପରେ ସମସ୍ୟା ଦୂର କରନ୍ତି ।

ଭକ୍ତମାନେ, ବାବା-ମାତାଙ୍କ ପାଦ ପୂଜା କରୁଛନ୍ତି । ଗତ ୧୦ ଦିନ ହେଲା ଜୟପୁରର ସୌରା ଗୁଡାରେ ଚାଲିଛି ବାବାଙ୍କ ହୋମଯଜ୍ଞ । ବାବା କହୁଛନ୍ତି, ସେ କୌଣସି କୁକର୍ମ କରୁନାହାଁନ୍ତି । ସମସ୍ୟା ଦୂର କରିବା ପାଇଁ ବାବା, ଭକ୍ତଙ୍କ ଠାରୁ ଟଙ୍କା ବି ନିଅନ୍ତି ନାହିଁ  । କିଛି ଭକ୍ତ ବି ବାବା-ମାତାଙ୍କ କାର୍ଯ୍ୟକୁ ସତ ବୋଲି କହୁଛନ୍ତି । ସ୍ୱପ୍ନାଦେଶ ପାଇ ବାବା ଏହାପୂର୍ବରୁ ନେପାଳରେ ଯଜ୍ଞ କରିସାରିଛନ୍ତି । ଏବେ ଜୟପୁରରେ ହୋଇଛି । ଆଗକୁ ଶ୍ରୀଲଙ୍କା ଯିବେ । ଜୟପୁରର ସୌରାଗୁଡାରେ ଆୟୋଜିତ ହୋଇଛି ଶ୍ରୀ ଶ୍ରୀ ଆଦ୍ୟ ଲଷ୍ମୀନାରାୟଣଙ୍କ ୨୭ ତମ କଳକୀ ମହାଯଜ୍ଞ । ଯେଉଁଠି ଆତ୍ମଘୋଷିତ ବାବା-ମାତାଙ୍କ ଆବିର୍ଭାବ ହୋଇଛି ।